ଓଡିଶା

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

(ମହାଭାରତ, ପୁରୀ): ପୁରୀ ରେଲୱେ ଷ୍ଟେସନରେ କାମ କରୁଥିବା ଠିକା ସଫେଇ କର୍ମଚାରୀମାନେ ୩ ମାସ ଧରି ଦରମା ପାଇନାହାନ୍ତି । ଏହାର ପ୍ରତିବାଦ କରି କର୍ମଚାରୀମାନେ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦରମା ତୁରନ୍ତ ଦିଆ ନଗଲେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କର୍ମଚାରୀମାନେ ରୋକ ଠୋକ ଶୁଣାଇଛନ୍ତି । ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଏବେ ପୁରୀ ରେଳ ଷ୍ଟେସନରେ ସଫେଇ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୂର୍ବରୁ କମ୍ପାନୀ ଅଧିକାରୀ ଓ ସଫେଇ କର୍ମଚାରୀ ସଂଘ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରତ୍ୟେକ ମାସ ୭ରୁ ୧୦ ତାରିଖ ମଧ୍ୟରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉଥିଲା । କିନ୍ତୁ ଗତ ୩ ମାସ ଧରି ମାଷ୍ଟର କ୍କିନିକ୍ ନାମକ ଏକ ସଂସ୍ଥାର ୟେସ୍ ବ୍ୟାଙ୍କରେ ଆକାଉଣ୍ଟ୍ ଥିବା ଦର୍ଶାଇ ସଫେଇ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିନଥିବା ଜଣାଯାଇଛି । ଏହାକୁ ପ୍ରତିବାଦ କରି ୨ ଶହରୁ ଉଦ୍ଧ୍ୱର୍ ସଫେଇ କର୍ମଚାରୀ ଦୁଇ ଦିନ ଧରି ପୁରୀ ରେଳ ଷ୍ଟେସନରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଦେଇଛନ୍ତି । ଫଳରେ ଷ୍ଟେସନ ପରିସରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି ।

ପୁରୀ ରେଲୱେ ଷ୍ଟେସନରେ କାର୍ୟ୍ୟ କରୁଥିବା ଠିକା ସଫେଇ କର୍ମଚାରୀ ଙ୍କୁ ତିନି ମାସ ହେବ ଦରମା ପ୍ରଦାନ କରାଯାଇନାହିଁ। ପ୍ରତିବାଦ ରେ ସଫେଇ କର୍ମଚାରୀ ମାନେ ଆନ୍ଦୋଳନ କୁ ଓଲ୍ହାଇ ଥିବା ବେଳେ ସଫେଇ ବ୍ୟବସ୍ଥା ପୁରୀ ରେଲୱେ ଷ୍ଟେସନ ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇ ପଡିଛି। ଦରମା ତୁରନ୍ତ ପ୍ରଦାନ ନ କଲେ ସଫେଇ କର୍ମଚାରୀ କାର୍ୟ୍ୟ ରେ ଯୋଗ ଦେବେ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି।

ପୁରୀ ରେଳଷ୍ଟେସନ ସଫେଇ କର୍ମଚାରୀଙ୍କ ଉପରେ ଦେବାଳିଆ ୟେସ୍ ବ୍ୟାଙ୍କର ପ୍ରଭାବ ପଡିଛି। ମାଷ୍ଟର କ୍ଲିନିକ୍ ଲିମିଟେଡ୍ ନାମକ ଏକ ସଂସ୍ଥା ୟେସ୍ ଵ୍ୟାଙ୍କରେ ଆକାଉଣ୍ଟ ଥିବା ଦର୍ଶାଇ ଟଙ୍କା ଉଠା ନ ସମସ୍ୟା ଉପୁଜିଥିବା କହିଛି। ବ୍ୟାଙ୍କ ରେ ଦେବାଳିଆ ସ୍ଥିତି ଆଳ ଦେଖାଇ ଦରମା ପ୍ରଦାନରେ ବିଳମ୍ବ ଘଟୁଥିବା ନୋଟିସ୍ ଦେଇଥିଲା କମ୍ପାନୀ । ପୂର୍ବରୁ କମ୍ପାନୀ ଅଧିକାରୀ ଓ ସଙ୍ଘ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ପ୍ରତ୍ୟେକ ମାସ ୭ରୁ ୧୦ ତାରିଖ ମଧ୍ୟରେ ଦରମା ପ୍ରଦାନର ବ୍ୟବସ୍ଥା ହୋଇଥିଲା । ନୋଟିସ୍ କୁ ବିରୋଧ କରି ୨୦୫ ଜଣ ସଫେଇ କର୍ମଚାରୀ ଦୁଇଦିନ ଧରି କାର୍ୟ୍ୟ ବନ୍ଦ କରିବାରୁ ପୁରୀ ରେଳଷ୍ଟେସନର ସଫେଇ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡିଛି। ତେବେ ଏ ନେଇ ରେଲୱେ କର୍ତ୍ତୃପକ୍ଷ କିମ୍ବା ସଫେଇ ସଂସ୍ଥା କୌଣସି ପ୍ରତିକ୍ରିୟା ଗଣମାଧ୍ୟମ କୁ ଦେଇ ନାହାନ୍ତି। ତେବେ ତୁରନ୍ତ ଦରମା ନମିଳିଲେ ପୁରୀ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ରେଲୱେ ଷ୍ଟେସନରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହେବାର ଆଶଙ୍କା ଦେଖାଦେଇଛି।

Related posts

ହାତରେ ଖେଳନା ବନ୍ଧୁକ ଧରି ଅଡୁଆରେ ଷଣ୍ଢ

mahabharatanews

ସ୍ଵତନ୍ତ୍ର ରେଳ ଯୋଗେ କେରଳରରୁ ଆସିଲେ ୨୧୬ଜଣ ପ୍ରବାସୀ ଓଡ଼ିଆ

mahabharatanews

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

mahabharatanews