ଓଡିଶାରାଜନୀତି

ମୋଦୀ ଓ ଶାହାଙ୍କ କୁଶ ପୁତ୍ତଳିକା ଜାଳିଲେ କଂଗ୍ରେସ କର୍ମୀ

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସାମ ପିଟ୍ରୋଡାଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ୭୫୧ କୋଟି ଟଙ୍କାର ସମ୍ପତ୍ତି ହେରଫେର ମାମଲାର ଏକ ଚାର୍ଜସିଟର ଶୁଣାଣି କରି ସୁପ୍ରିମକୋର୍ଟ ଏକ କ୍ଲିନ୍ ଚିଟ୍ ଦେଇଛନ୍ତି । ଏହାରି ମଧ୍ୟରେ ଜାତୀୟ କଂଗ୍ରେସ ପକ୍ଷରୁ ବିଜେପି ବିରୋଧରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରି ଦେଶରୁ ବିଜେପି ହଟାଅ ନାରା ଦେଇଛନ୍ତି। ତେବେ ଅନୁରୂପ ଭାବେ କଟକ କଲେଜ ଛକ ଠାରେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ ଦାସଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

Related posts

ରାଜଧାନୀରେ ସରିଜି ଲୁଟ୍

mahabharatanews

ଗରିବଙ୍କୁ ସହଯୋଗର ହାତ ବଢ଼ାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫରମେସନ

mahabharatanews

ସରିଲା ଦେଶୀୟ ପକ୍ଷୀ ଗଣନା 

mahabharatanews