ଓଡିଶା

ସମସ୍ତଙ୍କ ମଙ୍ଗଳ ପାଇଁ ଆମେ ଫାଇନ ଆଦାୟ କରୁଛୁ: ଡିଜିପି

ଭୁବନେଶ୍ୱର: କୋଭିଡ ସମୟରେ ମୁଁ ବିଭିନ୍ନ ଜିଲ୍ଲା ଗସ୍ତ କରି ଦେଖିଛି ଅନେକ ଲୋକ କୋଭିଡ ଗାଇଡଲାଇନ ପ।।ଳନ କରୁଛନ୍ତି । ସେମାନଙ୍କୁ ଧନ୍ୟବାଦ । ତେବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ପ।।ଳନ କରୁ ନାହାନ୍ତି । ସେମାନଙ୍କୁ ଅନୁରୋଧ ଗାଇଡଲାଇନ ପାଳନ କରନ୍ତୁ ବୋଲି ଡିଜିପି ଆଜି କୋଭିଡ ସଚେତନତା କାର୍ଯ୍ୟକ୍ରମରେ କହିଛନ୍ତି । ତେବେ ସରକାର ଦ୍ୱାରା ଜାରି ବିଭିନ୍ନ କଟକଣା ମାନିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।
ଡିଜିପି ଆହୁରି କହିଛନ୍ତି, କୋଭିଡ ନିୟମ ଅବମାନନା ପାଇଁ ଆମକୁ ଫାଇନ ଆଦାୟ କରିବାକୁ ପଡୁଛି । ତେବେ ଫାଇନ ଆଦାୟରେ ଆମକୁ ଖୁସି ମିଳୁ ନାହିଁ । କିନ୍ତୁ ଆମେ ବାଧ୍ୟ ଫାଇନ ଆଦାୟ କରିବାକୁ । ବର୍ତ୍ତମାନର ସ୍ଥିତିକୁ ନେଇ କୋଭିଡ ନିୟମ ମାନିବା, ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା ନିତାନ୍ତ ଜରୁରୀ । ଆମେ ଏହି ଏପ୍ରିଲ ମାସରେ ୧.୫ଲକ୍ଷ ଲୋକଙ୍କୁ ଫାଇନ କରାଯାଇଛି । ୫କୋଟି ୨୪ ଲକ୍ଷରୁ ଅଧିକ ଫାଇନ ଆଦାୟ ହୋଇଛି ମାସ୍କ ନ ପିନ୍ଧିବାରୁ । ୫ କୋଟି ୬୬ ଲକ୍ଷ ଫାଇନ କରାଯାଇଛି ଉଭୟ ମାସ୍କ ଓ କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ । ୩୫୦ ଦୋକାନ, ଇନଷ୍ଟିଚ୍ୟୁଟ ସିଲ କରାଯ।।ଇଛି । ୪୧୮ ଜଣଙ୍କୁ ଗିରଫ କରିଛୁ । ୧୮ ହଜାର ଗାଡି ସିଜ କରିଛୁ ଯେଉଁଥିରୁ ୭କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜୁ କରିଛୁ । ତେବେ ଏସବୁ କାମ ପାଇଁ ଆମେ ଖୁସି ନୋହୁଁ । କିନ୍ତୁ ସମସ୍ତଙ୍କ ସୁରକ୍ଷା ପାଇଁ ଏପରି କରିବାକୁ ବାଧ୍ୟ ହେଉଛୁ । ତେଣୁ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ଓ ସଟଡାଉନ ପାଳନ କରନ୍ତୁ ।

 

Related posts

ଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଧାନ କିଣା

mahabharatanews

“ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି”: ବିଜେଡି ସୁପ୍ରିମୋ 

mahabharatanews

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews

Leave a Comment