ମହାଭାରତ: ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ପଞ୍ଚିକରଣ ପ୍ରସଙ୍ଗରେ ଦେଶରେ ବିରୋଧ ଚାଲିଥିବା ବେଳେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଚିକରଣ (ଏନପିଆର) ପାଇଁ ଅଧିସୂଚନା ଜାରି କରିଛି । ଅପରପକ୍ଷରେ କେରଳ ଓ ପଶ୍ଚିମ ବଙ୍ଗ ସେଠାରେ ଏନଆରସି ଲାଗୁ ନ କରିବାକୁ କେନ୍ଦ୍ରକୁ ସୂଚନା ଦେଇଦେଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ, କେନ୍ଦ୍ର ସରକାର ବୁଧବାରକୁ ସମସ୍ତ ରାଜ୍ୟକୁ ପୁନଃ ଏନପିଆରର ସୂଚନା ଜାରି କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ବହୁ ରାଜ୍ୟ ଏନଆରସି ଓ ଏନପିଆରକୁ ନିଜ ରାଜ୍ୟରେ ଲାଗୁ ନ କରିବାକୁ କହି ସାରିଛନ୍ତି । ସେସବୁ ରାଜ୍ୟରେ ଅଧିକାଂଶରେ ବିରୋଧୀ ସରକାର ଗଠନ କରିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକରଣକୁ ଅନୁମତି ମିଳିବା ପରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ଏହାର ଏନଆରସି ସହ କୌଣସି ସମ୍ବନ୍ଧ ନାହିଁ । ଆହୁରି ମଧ୍ୟ କହିଥବଲେ, ଦେଶରେ ଏନଆରିସକୁ ନେଇ କିଛି କୁହାଯାଉ ନାହିଁ । ଏହା ଉପରେ କୌଣସି ଯୁକ୍ତର ମଧ୍ୟ ଆବଶ୍ୟକତା ନାହିଁ । ତେବେ ଏନପିଆରରେ କୌଣସି ନାଗରିକଙ୍କ ନାମ ପଞ୍ଜିକରଣ ନ ହେଲେ ତାର ନାଗରିକତା ଶେଷ ହୋଇଯିବ ନାହିଁ ।