ଓଡିଶା

ସମୁଦ୍ରକୁ ମାଛମାରି ଯିବାକୁ ମନା, ନିୟମ ଉଲ୍ଲଘଂନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

(ଜୟନ୍ତ ସେଠି/ଗୋପ): ପୁରୀ ଜିଲ୍ଲାରେ ସମୁଦ୍ର ଉପକୂଳ ୧୪୦ କିଲୋମିଟର ରହିଛି। ଏହି ରାସ୍ତା ଦେଇ ରାଜ୍ୟ ବାହାରୁ କୌଣସି ଲୋକ ଯେଭଳି ପ୍ରବେଶ ନ କରନ୍ତି ସେ ନେଇ ପୁରୀ ଜିଲ୍ଲା ପ୍ରଶାସନ ସତର୍କ ହୋଇଛି। କାରଣ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶ ରୁ କିଛି ବ୍ୟକ୍ତି ବୋଟ ମାଧ୍ୟମରେ ସମୁଦ୍ର ଦେଇ ଗଂଜାମ ଜିଲ୍ଲାକୁ ପ୍ରବେଶ କରିଥିଲେ। ଏଣୁ କରୋନା ବ୍ୟାପିବା ଅସଙ୍କା କୁ ଦେଖି ମତ୍ସ ବିଭାଗ ଓ ମେରାଇନ ପୋଲିସ କୁ ସତର୍କ କରାଯାଇଛି। ଏହି ବିଭାଗ ର ଅଧିକାରୀ ମାନେ ସମୁଦ୍ର କୁ ମାଛ ମାରିବାକୁ ଯାଉଥିବା ମତ୍ସଜୀବୀ ଙ୍କ ସମ୍ପର୍କ ରଖି ଏହି କାର୍ୟ୍ୟ କରିବେ। ସେହିପରି କୌଣସି ବ୍ୟକ୍ତି ଯଦି ସମୁଦ୍ର ପଟେ ଆସୁଛନ୍ତି ତୁରନ୍ତ ଖବର ଦେବାକୁ ମତ୍ସ ଯିବି ଙ୍କୁ ପୁରୀ ଜିଲାପାଳ ବଲବନ୍ତ ସିଂ ଅନୁରୋଧ କରିଛନ୍ତି। ସେହିପରି ଏପ୍ରିଲ ୧୪ ରୁ ଜୁନ ୧୪ ଯାଏ ଗଭୀର ସମୁଦ୍ର କୁ ମାଛ ମାରି ଯିବାକୁ କଟକଣା ରହିଛି। କେବଳ ଦେଶୀ ଛୋଟ ଡଙ୍ଗା ରେ ମତ୍ସ ଯିବି ସମୁଦ୍ର କୁଲ ରୁ ଅଳ୍ପ ଭିତରେ ମାଛ ମାରି ପାରିବେ। ଏହି ନିୟମ ଉଲଘଂନ କଲେ ଡଙ୍ଗା ଜବତ ସହ କାର୍ୟ୍ୟନୁଷ୍ଠାନ ହେବ ବୋଲିପୁରୀ ଜିଲାପାଳ କହିଛନ୍ତି।

Related posts

ବରୁଣେଇ ପାଦଦେଶରେ ଗୁରୁ ଶିଷ୍ୟ ମିଳନ ଉତ୍ସବ

mahabharatanews

ବଢୁଛି ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ମାମଲା

mahabharatanews

ନବ ଚରଣ ମାଝୀଙ୍କୁ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

mahabharatanews