ଓଡିଶା

ସମୁଦ୍ର କୂଳରେ ମଲା ଜେଲି ଫିସ, ଲୋକ ଆତଙ୍କିତ

(ଜୟନ୍ତ ସେଠି/ ଗୋପ): ପୁରୀ ସମୁଦ୍ର କୂଳରେ ଆଜି ଏକ ନିଆରା ଦୃଶ୍ୟ ଦେଖି ବାକୁ ମିଳିଛି । ସମୁଦ୍ର କୂଳରେ ବହୁ ସଂଖ୍ୟକ ଜେଲି ଫିସ ମରି ପଡିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ଅସଙ୍କା ଦେଖା ଦେଇଛି। କାରଣ ଏହି ଜେଲି ଫିସ ଦଂଶନ କ୍ଷତି କାରକ ନ ହେଲେ ମଧ୍ୟ ମଣିଷ ଦେହ ରେ ବାଜିଲେ ଜଳା ପୋଡା ହୋଇ ଥାଏ । ଏଣୁ ଏ ନେଇ ସତର୍କ ରହିବା ଆବଶ୍ୟକତା ରହିଛି। ତେବେ ପୁରୀ ସମୁଦ୍ର କୂଳରେ ମରି ପଡିଥିବା ଜେଲି ଫିସ ଗୁଡିକ ପୋରୋପିଟା ପ୍ରଜାତିର । ଏହି ଜେଲି ମାଛ ବିଷାକ୍ତ ଅଟନ୍ତି । ଏହାର ଦଳ ଦକ୍ଷିଣ ଓଡ଼ିଶାର ସମୁଦ୍ର ଉପକୂଳ ରେ ମିଳିଥାଏ। ତେବେ ପୁରୀ ବେଳାଭୂମିରେ ଲକ ଡାଉନ ନେଇ ୧୪୪ ଧାରା ଜାରି ଥିବା ରୁ କୌଣସି ଲୋକ ବେଳାଭୂମି ରେ ନାହାନ୍ତି। ଫଳରେ ଏହି ଜେଲି ଫିସ କୁ ନେଇ କୌଣସି ଅସୁବିଧା ହୋଇ ନାହିଁ। ତେବେ ଏହା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

Related posts

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ଅନଲାଇନରେ ଯୋଡି ହେବେ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ 

mahabharatanews

ଛଟ୍ ପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ୍

mahabharatanews

ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

mahabharatanews