ଓଡିଶା

ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ

(ଜୟନ୍ତ ସେଠି/ ଗୋପ): ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣରେ ଲାଗିଥିବା ବିଶ୍ବକର୍ମା ମହାରଣାମାନେ ସଙ୍ଗରୋଧରେ ରହିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଚଳ ଭକ୍ତ ନିବାସ ଓ ନିଳାଦ୍ରୀ ଭକ୍ତ ନିବାସରେ ଏ ନେଇ ବ୍ୟବସ୍ଥା ହୋଇଛି । ସେଠାରେ ସେମାନଙ୍କ ରହିବା ଖାଇବା ସହ ସ୍ବାସ୍ଥ୍ୟ ସେବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ଅନ୍ୟପକ୍ଷରେ ରଥ ଖଳାରେ ମଧ୍ୟ ଏକ ମେଡ଼ିକାଲ ଟିମ ମୁତୟନ ରହିବ । ମୋଟ ୪ଟି ମେଡିକାଲ ଟିମ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ରହିବେ । ସେହିପରି ରଥଖଳାର ୨ ଶହ ଫୁଟ ଯାଏ ନିଷେଧାଞ୍ଚଳ କରାଯାଇଛି । କୌଣସି ଲୋକ ସେଠାରେ ଏକାଠି ହୋଇ ପାରିବେ ନାହିଁ । ରଥ ଖଳାକୁ ଚାରିପଟୁ ଧଳା କପଡା ଦିଆଯାଇ ଘେରାଯାଇଛି । ଯେପରି କୌଣସି କାର୍ୟ୍ୟର ଦୃଶ୍ୟ ବାହାର ଲୋକ ନ ଦେଖି ପାରିବେ ସେ ନେଇ ବ୍ୟବସ୍ଥା ହୋଇଛି । ରଥ ନିର୍ମାଣରେ ଲାଗିଥିବା ସେବକ ଓ ଶ୍ରୀମନ୍ଦିର ପ୍ରଶାସନର କିଛି କର୍ମଚାରୀ କେବଳ ରଥଖଳାକୁ ଯାଇପାରିବେ । ସେହିପରି ଆଗାମୀ ଦିନରେ ମଧ୍ୟ ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ଥିବାରୁ ନିୟୋଜିତ ହେବାକୁ ଥିବା ସେବାୟତଙ୍କ କୋରୋନା ଟେଷ୍ଟ କରାଯିବ । ଏ ନେଇ ସେବାୟତମାନେ ମଧ୍ୟ ସହମତି ପ୍ରକାଶ କରିଥିବା ଜଣାପଡିଛି । ଅନ୍ୟପଟେ ରଥ ର ତୁମ୍ଭ ହଣା କାର୍ୟ୍ୟ ଜାରି ରହିଛି। ସେହିପରି ରୂପକାର ସେବା ଗୁଜ କାର୍ୟ୍ୟ ମଧ୍ୟ ଆଗେଇ ନେଉ ଛନ୍ତି।

Related posts

ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

mahabharatanews

ମଜୁରି ବନ୍ଦକୁ ଏଡାଇବାକୁ ଗର୍ଭାଶୟ ବାହାର କଲେ ୩୦ ହଜାର ମହିଳା ଶ୍ରମିକ

mahabharatanews

କୁଷ୍ଠରୋଗୀଙ୍କ ସହ ଭୋଜନ କଲେ ଜିଲ୍ଲାପାଳ ମୋନିଷ ବାନାର୍ଜୀ

mahabharatanews