ଓଡିଶା

ସରକାରଙ୍କ ଘୋଷିତ ଅର୍ଥରାଶି ନ ମିଳିବାରୁ ପ୍ରବାସୀଙ୍କ ରାସ୍ତା ଅବରୋଧ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ସରକାର ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନରେ ରହିବା ପରେ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି । ତେବେ ଏଥିରେ ବ୍ୟତିକ୍ରମ ହେଉଥିବା ଦେଖି ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବିରଂଚିପୁର ପଞ୍ଚାୟତରେ ପ୍ରବାସୀ ଓଡିଆମାନେ ରାସ୍ତା ଅବରୋଧ କରିଛନ୍ତି । ସୂଚନା ମୃତାବକ ବାହାର ରାଜ୍ୟରୁ ପ୍ରବାସୀ ଓଡିଆମାନେ ଆସି ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରହି ନିଜ ଗାଁକୁ ଫେରିଥିଲେ। ସରକାରଙ୍କ ନିର୍ଦ୍ଦେଶଶକ୍ରମେ ପ୍ରବାସୀ ଓଡ଼ିଆଙ୍କ ପାଇଁ ୨ ହଜାର ଟଙ୍କାର ଅର୍ଥରାଶି ଦେବାକୁ ଘୋଷଣା ହୋଇଥିଲେ ମଧ୍ୟ ଆଜିପ୍ରର୍ୟ୍ୟନ୍ତ ତାହା ମିଳିନାହିଁ। ଏହାର ପ୍ରତିବାଦରେ ବୁଧବାର ପ୍ରବାସୀ ଓଡ଼ିଆ ମାନେ ବ୍ରହ୍ମପୁର-ଭୁବନେଶ୍ୱର ରାସ୍ତା ଅବରୋଧ କରିଛନ୍ତି ।

Related posts

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ; ସମୀକ୍ଷା କଲେ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ

mahabharatanews

ମୋଦିଙ୍କୁ ନବୀନଙ୍କ ପ୍ରଶ୍ନ

mahabharatanews

ଗାଁରେ ପଶି ଘର ଭାଙ୍ଗିଲେ ୨ ଦନ୍ତା

mahabharatanews