ଭୁବନେଶ୍ୱର: ରକ୍ତ ହିଁ ଜୀବନ । କରୋନା ମହାମାରୀ ସ୍ଥିତିରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଛାତ୍ର ବିଜେଡ଼ି ପକ୍ଷରୁ ଏକ ସପ୍ତାହବ୍ୟାପୀ “ଜୀବନବିନ୍ଦୁ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଛାତ୍ର ଜନତା ଦଳ “ଜୀବନ ବିନ୍ଦୁ” କାର୍ୟ୍ୟକ୍ରମର ଆୟୋଜନ କରିଛି ।
ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ବିଜୁ ଜନତା ଦଳ କର୍ମକର୍ତ୍ତାମାନେ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ତୁଲାଇଆସୁଛନ୍ତି । ରକ୍ତ ସଂକଟ ଦୂର କରିବା ଲକ୍ଷ୍ୟରେ ବିଜୁ ଛାତ୍ର ଜନତା ଦଳର ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ବରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟଠାରେ ଆଜିଠାରୁ ସପ୍ତାହ ବ୍ୟାପୀ ‘ଜୀବନ ବିନ୍ଦୁ’ ଶିବିର ଆୟୋଜନ କରାଯାଇଛି । ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହି ପ୍ରଥମେ ରକ୍ତଦାନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଏବଂ ଯୁବ କଲ୍ୟାଣ ବୋର୍ଡ଼ କାର୍ୟ୍ୟନିର୍ବାହୀ ଅଧକ୍ଷ ବିଜୟ ନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିଥିଲେ।
