Uncategorized

ସରକାରର ପଦକ୍ଷେପ ଟାଇଟନିକ ଜାହଜର କ୍ୟାପ୍ଟେନ ପରି: ରାହୁଲ

ନୂଆଦିଲ୍ଲୀ: ଭାରତର ଗାଜିଆବାଦର ଜଣେ ବ୍ୟକ୍ତିଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ବର୍ତ୍ତମାନ ଦେଶରେ ୩୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ଭାରତୀୟ ହୋଇଥିବା ବେଳେ ୧୬ ଜଣ ବିଦେଶୀ ନାଗରିକ ଅଛନ୍ତି । ୧୪ ଭାରତୀୟଙ୍କ ମଧ୍ୟରୁ କେରଳର ୩ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଯିବା ପରେ ଏବେ ୧୧ ଜଣ ରୋଗୀ ଦିଲ୍ଲୀ, ତେଲେଙ୍ଗାନା, ଜୟପୁର, ଗୁଡଗାଁସରେ ଜଣେ ଲେଖା ଓ ଆଗ୍ରାରେ ଗୋଟିଏ ପରିବାରର ୬ ଜଣ ଅଛନ୍ତି । ଏହି ପରିବାର ସମ୍ପର୍କରେ ଆସିଥିବା ୨୫ ଜଣଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି ।

ତେବେ ଦେଶରେ କୋରୋନା ସଂକ୍ରମଣକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାର ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି । ସେ ଟୁଇଟ କରି ଲେଖିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି, ଭାରତ ସରକାର କୋରୋନାର ଭୟାବହତାକୁ ନିୟନ୍ତିତ କରୁଛି । ଏହି କଥା ସେହିପରି, ଯେପରି ଟାଇଟନିକ ଜାହାଜର କ୍ୟାପ୍ଟେନ ଯାତ୍ରୀଙ୍କୁ କହୁଛନ୍ତି, ବ୍ୟସ୍ତ ହେବାର କିଛି ନାହିଁ । ତାଙ୍କ ଜାହାଜ ବୁଡିବ ନାହିଁ । ସମୟ ଅ।।ସିଛି, ସରକାର ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁ ସେମିତି ଏହି ସ୍ଥିତିର ମୁକାବିଲା କରାଯାଇ ପାରିବ ।

Related posts

ସୁରଟରେ ତାତିଲେ ଶ୍ରମିକ

mahabharatanews

ଦୋକାନର ନାମ କୋରୋନା ଟେକ୍ସଟାଇଲ

mahabharatanews

କୋଭିସିଲ୍ଡକୁ ପ୍ରଥମ ପର୍ଯ୍ୟାୟରେ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର ହେବ: ରଣଦୀପ ଗୁଲେରିଆ

mahabharatanews