Uncategorized

୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ

୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ଆଜି ଓଡିଶା ବନ୍ଦ ରହିବ । ଏହି ତିନିଟି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ସକାଳ ୬ ଟାରୁ ଦିନ ୨ଟା, ୮ ଘଣ୍ଟା ବନ୍ଦ ପାଳନ ହେବ । ଧାନ ମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ନାଁରେ ଫାଇନ୍‌ ଆଦାୟ ଓ ଟାଟା ପାୱାରର ମନମାନି ବିରୋଧରେ ହେବ ବନ୍ଦ ପାଳନ । ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇଛି କଂଗ୍ରେସ । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଏହାକୁ ସମର୍ଥନ ଜଣାଇବାକୁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଜେଡି ମଧ୍ୟ ଏହାକୁ ପରୋକ୍ଷରେ ସମର୍ଥନ ଜଣାଇଛି । ବନ୍ଦ ପାଳନ ବେଳେ ଦୋକାନ ବଜାର ସହ ସ୍କୁଲ କଲେଜ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛି ନବ ନିର୍ମାଣ କୃଷକ ସଂଠଗନ ।

Related posts

ବିପ୍ଳବୀ ଧାର୍ମିକ ନେତା ସ୍ବାମୀ ଅଗ୍ନିବେଶଙ୍କର ପରଲୋକ

mahabharatanews

ଏଣିକି ମହିଳାଙ୍କୁ ଅସଦାଚରଣ କଲେ ପଡ଼ିବ ମହଙ୍ଗା, କାନଫୁଲ କରିବ ସାବାଡ଼

mahabharatanews

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

mahabharatanews