ଓଡିଶା

ସରକାରୀ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ: ସିପି

(ମହାଭାରତ/ଭୁବନେଶ୍ୱର): ସରକାରୀ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତା ମୂଳକ । ୨୦ ତାରିଖଠାରୁ କିଛି ମାତ୍ରାରେ ସରକାରୀ ଅଫିସରମାନେ ଅଫିିସ ଆସିବାକୁ କୁହାଯାଇଛି । ତେଣୁ ସେମାନେ ଅଫିସ ଆସିବା ସମୟରେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ । ସୁଚନାଯୋଗ୍ୟ ଯେ, ଆଜିିଠାରୁ ଆସନ୍ତା ଜୁନ ୧୫ ତାରିଖ ପଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ କରାଯାଇଛି । ସମସ୍ତ ଅଫିସ ସକାଳୁଆ ହୋଇଥିବାରୁ ସରକାରୀ କର୍ମଚାରୀମାନେ ଅଫିସ ଆସିବା ସମୟରେ ସାଙ୍ଗରେ ପରିଚୟ ପତ୍ର ଧରି ଆସିବାକୁ କୁହାଯାଇଛି । ଯାହାକି ପରିଚୟ ପତ୍ର ବାଧ୍ୟତାମୂଳକ ବୋଲି ପୋଲିସ କମିଶନର ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ରୀୟ କର୍ମଚାରୀ ସାଙ୍ଗରେ ପରିଚୟ ପତ୍ର ନେଇ ଆସିିଲେ ସେମାନଙ୍କୁ କୌଣସି ପୋଲିିସ ଅଫିସର ରାସ୍ତାରେ ଅଟକାଇବେ ନାହିଁ । ପରିଚୟ ପତ୍ର ସହ ଅନୁମତି ପତ୍ର ଆଣିବାକୁ ମଧ୍ୟ କୂହାଯାଇଛି । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଛତ୍ରପୁର ଓ କୋରାପୁଟକୁ ଛାଡିଦେଲେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଓ ସହରରେ ସବୁ ସରକାରୀ ଅଫିସ ଓ ରାଜସ୍ୱ କୋର୍ଟ ଗୁଡିକୁ ଆଜିିଠାରୁ ୧୫ଜୁନ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବା ଏହି ଅଫିସ ଅବଧି ମଧ୍ୟରେ ଖାଇବା ପାଇଁ କୌଣସି ସମୟ ରହିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରୀ ହୋଇଛି ।

Related posts

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା

mahabharatanews

ଖଣ୍ଡାୟତପଟକିରା ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଅନିୟମିତତା ଅଭିଯୋଗ

mahabharatanews

୫ଦିନ ଯାଏଁ ରାଜ୍ୟରେ ବର୍ଷିବ  

mahabharatanews