ଓଡିଶା

ସରାକରଙ୍କ ନିୟମ ମାନୁନାହାନ୍ତି ଗ୍ୟାସ ଏଜେନ୍ସି

(ତାରାକାନ୍ତ/ସାଲେପୁର): କରୋନାକୁ କିପରି ରୋକାଯାଇପାରିବ ଓ ଡିଶାରେ ଏହାର ପ୍ରଭାବକୁ ସଂପୃର୍ଣ୍ଣ ଭାବେ କିପରି ନଷ୍ଟ କରିହେବା ସେଏନେଇ ରାଜ୍ୟ ଓ କେନ୍ଦ୍ର ସରାକାର ଲକଡାଉନ ନିୟମ ଓ ସମାଜିକ ଦୂରତା ଅବଲମ୍ବନକରିବାକୁ ଲୋକଙ୍କୁ ସଚେତନ କରାଉଛନ୍ତି । କିନ୍ତୁ ଏହି ନିୟମକୁ ମାନୁ ନାହାନ୍ତି କିଛି ଲୋଭଖୋର ବ୍ୟବସାୟି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଲାବନ୍ୟ ଗ୍ୟାସ ବିତରଣ କେନ୍ଦ୍ରରେ । ଏଠାରେ ଗ୍ୟାସ ନେବାକୁ ଆସୁଥିବା ଲୋକମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରୁନଥିବା ଦେଖିବାକୁ ମିଳୁଛି । ଏନେଇ ଗ୍ୟାସ ଏଜେନ୍ସି ପକ୍ଷରୁ ଲୋକଙ୍କୁ ସଚେତନ କରିବା ଦରକାର । କିନ୍ତୁ କିଛି ଟଙ୍କା ଷଳାଭରେ ଏହି ଗ୍ୟାସ ଏଜେନ୍ସିର ମାଲିକ ଲୋକଙ୍କ ଜୀବନ ସହ ଖେଳ ଖେଳୁଛିନ୍ତି । ଲକଡାଉନ ସତ୍ତେ୍ୱ ବି ଏଠାରେ ସବୁଦିନ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ପୁଲିସ ଚୁପ ବସିଛି । ଏଥିରୁ ସ୍ପଷ୍ଟ ଯେ ଗ୍ୟାସ ଏଜେନ୍ସି ମାଲିକଙ୍କ ଚାପରେ ପୁଲିସ ସାଜିଛି ନିରବ ଦ୍ରଷ୍ଟା । ଏନେଇ ସାଧାରଣରେ ଚର୍ଚ୍ଚା ଏବେ ଜୋର ଧରିଛି । ସରକାରଙ୍କ ନିୟମକୁ ମାନନାହାନ୍ତି ଏହି ଗ୍ୟାସ ଏଜେନ୍ସି ମାଲିକ ଜଣକ ।

Related posts

ଭୁବନେଶ୍ୱରରୁ ୧୭ ଜଣ ନୂଆ ଆକ୍ରାନ୍ତ

mahabharatanews

ଟ୍ରକ୍କୁ ଧକ୍କା ଦେଲା ବସ୍, ୭ ଗୁରୁତର ଆହତ

mahabharatanews

ପାଟଣା ପୋଲିସର ଅଭିନବ ସଚେତନତା

mahabharatanews