ଅପରାଧଓଡିଶା

ସନ୍ଦେହ ଜନକ ଅବସ୍ଥାରେ ମାନସିକ ବିକୃତ ମହିଳାଙ୍କ ମୃତଦେହ ଉଦ୍ଧାର

(ତାରାକାନ୍ତ/ରିପୋଟର୍ସ ଟୁଡେ): ସନ୍ଦେହ  ଜନକ ଅବସ୍ଥାରେ ଜଣେ ମାନସିକ ମବିକୃତ ମହିଳାଙ୍କ ମୃତଦେହ ସାଲେପୁର ପୁଲିସ ଉଦ୍ଧାର କରିଛି । ମୃତ ମହିଳା ଜଣକ ହେଲେ ଧର୍ମଗତ ଗ୍ରାମର ଶ୍ରୀଧର ସ୍ୱାଇଁଙ୍କ ସ୍ତ୍ରୀ କାମିନୀ ସ୍ୱାଇଁ । ଦୀର୍ଘ ଦିନ ହେଲା ତାଙ୍କର ମାନସିକ ଅବସ୍ଥା ଭଲ ନଥିବାରୁ ସେ ଘରେ ନରହି ଏଣେ ତେଣେ ବୁଲାବୁଲି କରୁଥିଲେ । ଗତକାଲି ସେହି ଗ୍ରାମର ସ୍କୁଲ ପଛପଟୁ ତାଙ୍କର ମୃତଦେହ ମିଳିବା ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ତେବେ କାମିନୀ ସେହି ଅଞ୍ଚଳକୁ କେମେତି ଗଲେ ? କେଉଁ ପରିସ୍ଥିତିରେ ତାଙ୍କର ସେଠାରେ ମୃତ୍ୟୁ ହେଲା ସେଏନେଇ ପୁଲିସ ଏବେ ଏକ ମମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ କାମିନୀଙ୍କୁ ସେଠାରେ କେହି ଦୁଷ୍କର୍ମ କରି ହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ପୁଲିସ ତଦନ୍ତ କେଲେ ପ୍ରକୃତ ତଥ୍ୟ ସମ୍ନାକୁ ଆସିବ ।

Related posts

ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ : ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା

mahabharatanews

ଅଗ୍ନିକାଣ୍ଡରେ ଜଳିଗଲା ବସ

mahabharatanews

୧୨୧ ରାଜ୍ୟ ଫେରନ୍ତା ଶ୍ରମିକଙ୍କୁ କ୍ୱାରେଣ୍ଟାଇନକୁ ପଠାଇଲା ପ୍ରଶାସନ

mahabharatanews