ଓଡିଶାଶିକ୍ଷା

ଆସନ୍ତାକାଲି ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା

ପରୀକ୍ଷା ଦେବେ ୨ଲକ୍ଷ ୬ ହଜାରରୁ ଊର୍ଦ୍ଧ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆସନ୍ତାକାଲି ଓପିଏସସି ପକ୍ଷରୁ ଏଏସଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ୩୩ଟି ଜୋନରେ ୪୮୨ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ସମ୍ପୃକ୍ତ ପରୀକ୍ଷାଟି ଗତ ୨୧ ତାରିଖରେ ଅନୁଷ୍ଠିତ ହେବାର ଥିଲା। ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଯାହା ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାକାଲି ସକାଳ ୯ଟାରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ ପରୀକ୍ଷା ସକାଳ ୯ଟାରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ୧୧ଟା ୩୦ରୁ ୧ଟା ପର୍ଯ୍ୟନ୍ତ ରିଜିଓନିଂ ଓ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ଇଂରାଜୀ ଓ ଓଡି଼ଆ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ ସମୟ ପ୍ରଦାନ କରାଯିବ। ତେବେ ୭୯୬ ଏସଏଓ ପଦବୀ ପୂରଣ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ଆଡମିଟ କାର୍ଡରେ ପରୀକ୍ଷା ଦେଇ ପାରିବେ ବୋଲି ଓପିଏସସି ପକ୍ଷରୁ ଜଣାପଡିଛି।

Related posts

ଶସ୍ତା ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର

mahabharatanews

ଲୋକସେବା ଭବନରେ ଜଣେ ସଂକ୍ରମିତଙ୍କ ଦ୍ୱାରା ୧୦ଆକ୍ରାନ୍ତ

mahabharatanews

୬୫ ବର୍ଷ ବୟସରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ବନମାଳୀ ବାରିକଙ୍କ ପରଲୋକ

mahabharatanews