(ଭୁବନେଶ୍ୱର) ; ସବୁ କାମନା ଚରିତାର୍ଥ ହେଲାପରେ ପର କଲା ପ୍ରେମିକ । କଥା ଦେଇଥିଲା ସାତ ଜନମକୁ ସାଥୀ ହୋଇ ରହିବ । ଆଉ ବିଶ୍ୱାସ ଜମାଇ ରଖିଥିଲା ଶାରୀରିକ ସମ୍ପର୍କ । ଶେଷରେ ପ୍ରତାରଣାର ଶୀକାର ହୋଇ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା । ଏମିତି ଆଉ ଏକ ଲଭ ସେକ୍ସ ଧୋକାର ଅଭିଯୋଗ ଆସିଛି ଭୁବନେଶ୍ୱରରୁ ।ବିବାହର ପ୍ରତିଶୃତି ଦେଇ ମିଠା ମିଠା କଥାକହି ଶାରିରୀକ ସମ୍ପର୍କ ରଖୁତିଲା । ଆଉ ପ୍ରେମିକା ଗର୍ଭବତୀ ହେଲା ପରେ ପ୍ରେମିକର ଉତୁରି ଯାଇଥିଲା ପ୍ରେମ । ପ୍ରେମିକା ଯେତେବେଳେ ପତ୍ନୀର ଅଧିକାର ମାଗିଲା ସେତେବେଳେ ସବୁ କିଛି ବଦଳିଯାଇଛି । ବିବାହ ପାଇଁ କହିବାରୁ ତିନିମାସ ଭୃଣହତ୍ୟା କରି ଫେରାର ହୋଇଗାଲ ପ୍ରେମିକ । ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଘଟଣା । ଯାହାକି ପୁରା ଅଞ୍ଚଳରେ ଚାଞ୍ଚଲ୍ୟର ବିଷୟ ପାଲଟିଛି ।ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନର ଦେଖାସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ପ୍ରେମ ସଂପର୍କ ଆଳରେ ପ୍ରେମିକା ସହ ରଖିଲା ଶାରିରିକ ସଂପର୍କ । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଅନ୍ତସତ୍ବା କଲା ପ୍ରେମିକ । ଆଉ ଯେତେବେଳେ ଯୁବତୀ ଜଣଙ୍କ ବିବାହ ପାଇଁ କହିଥିଲା । ସେତେବେଳେ ଆରମ୍ଭ ହୋଇଥିଲା ଯୁବକ ଲମ୍ପଟ ପ୍ରକୃତି । ଏକଦା ବିବାହ ପାଇଁ କଥା ଦେଇଥିବା ଯୁବକ ଜଣଙ୍କ ତିନି ମାସର ଭୃଣକୁ ହତ୍ୟା କରି ଫେରାର ହୋଇଯାଇଛି । ଶେଷରେ ନ୍ୟାୟ ପାଇଁ କମିଶନରେଟ୍ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।
previous post
next post
