ଓଡିଶା

କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ କଟକଣା ଜାରି କରିଛି ଏଏସ୍‌ଆଇ

ପୁରୀ:- ଏଣିକି କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସ୍‌ଆଇ) କଟକଣା ଜାରି କରିଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ନିୟମିତ ଭାବେ ଦୁର୍ଘଟଣା ଘଟୁଥିବାକୁ ଦୃଷ୍ଟିରେ ଏପରି ନିୟମ କରାଯାଇଛି । ଏହି କଟକଣା ପରେ ପର୍ଯ୍ୟଟକମାନେ ଏଣିକି ପ୍ରଥମ ନାଟଣ୍ଡପ ଚଢ଼ି କୀର୍ତ୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ଦେଖି ପାରିବେ ନାହିଁ କିମ୍ବା କୌଣସି କୀର୍ତ୍ତିରାଜିକୁ ପାଖରୁ ସ୍ପର୍ଶ କରିପାରିବେ ନାହିଁ । ଏ ନେଇ ଆଜି ଏଏସଆଇ ପକ୍ଷରୁ ନିଷେଧାଦେଶ ସହ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ତେବେ ପର୍ଯ୍ୟଟକମାନେ ତଳେ ରହି ନାଟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ ।

File:Konark Sun Temple with rang mandap.jpg - Wikimedia Commons

Related posts

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ଓ୍ଵାର୍ଣ୍ଣିଂ ଜାରି

mahabharatanews

ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ୱାରରେ ସଂପର୍ଣ୍ଣ

mahabharatanews

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

mahabharatanews