ଓଡିଶା

ସର୍ଟ ସର୍କିଟରୁ ନିଆଁ ଲାଗି ଛାତ୍ରୀ ମୃତ

(ମହାଭାରତ, ଭବାନୀପାଟଣା): କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଅଞ୍ଚଳରେ ଗତ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଛାତ୍ରୀ ବିଦ୍ୟୁତ ସର୍ଟ ସର୍କିଟ୍ରୁ ଲାଗିଥିବା ନିଆଁରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣକ ସ୍ଥାନୀୟ ଏକ କଲେଜର +୨ଛାତ୍ରୀ ନାଗେଶ୍ୱର ଜାନି ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଘରେ ରୋଷେଇ କରୁଥିବା ବେଳେ ଏକ ବିଦ୍ୟୁତ ତାର ସର୍ଟ ସର୍କିଟ ହୋଇଥିଲା । ପରେ ଏଥିରୁ ନିଆଁ ବାହାରି ଛାତ୍ରୀଙ୍କ ଦେହରେ ଲାଗିଥିଲା । ଫଳରେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

mahabharatanews

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୧ ମୁଣ୍ଡ

mahabharatanews

ନର୍ସିଂହୋମ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମା ଛେଉଣ୍ଡ ହେଲା ନବଜାତକ, ପରିବାର ଲୋକଙ୍କ କ୍ଷତିପୁରଣ ଦାବି

mahabharatanews