ଓଡିଶା

ସାଇକେଲରେ ଥାନାରେ ପହଁଞ୍ଚିଲେ ଏସପି, ଥାନା କର୍ମଚାରୀ ଅବାକ୍

(ଟୁକୁନା ଖରା,ନବରଙ୍ଗପୁର): ସାରା ବିଶ୍ୱରେ କରନା ଭୁତାଣୁ କାୟା ବିସ୍ତାର କରି ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ପୋଲିସ ବିଭାଗର ମଧ୍ୟ ମୁଖ୍ୟ ଭୂମିକା ରହିଛି । ଆଉ ନିଜର ଦୈନନ୍ଦିନ କାର୍ୟ୍ୟର ବ୍ୟସ୍ତତା ଭିତରେ ଶରୀରକୁ ସୁସ୍ଥ ରଖିବା ସହ ସୁସ୍ଥ ସମାଜ ଗଠନ ନେଇ ବାର୍ତ୍ତା ଦେବାକୁ ଭିନ୍ନ ଏକ ପ୍ରୟାସ କରିଛନ୍ତି ନବରଙ୍ଗପୁର ଏସପି ନିତିନ କୁଲସକର। ଗତକାଲି ସନ୍ଧ୍ୟା ସମୟରେ ନବରଙ୍ଗପୁରରୁ ଦୀର୍ଘ ୨୨ କିଲୋମିଟର ସାଇକେଲରେ ଯାତ୍ରାକରି ତେନ୍ତୁଳିଖୁଣ୍ଟି ଥାନାରେ ହଠାତ୍ ପହଞ୍ଚିଥିଲେ ଏସପି ନିତିନ କୁଲସକର। ପାଦରେ ସ୍ପୋର୍ଟସ ସୁ. ଧଳା ଟି-ସାର୍ଟ, କଳା ହାପ୍ ପ୍ୟାଣ୍ଟ ପିନ୍ଧି ସାଇକେଲରେ ଆସିଥିବା ଦେଖି ଥାନା କର୍ମଚାରୀ ଅବାକ୍ ହୋଇଯାଇଥିଲେ । ପରେ ଥାନା ଅଧିକାରୀ ପରମାନନ୍ଦ ସୁନାନୀ ଓ ଅନ୍ୟ କର୍ମଚାରୀମାନଙ୍କ ସହ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସହ ସାମାଜିକ ଦୁରୁତ୍ୱକୁ ପ୍ରାଥମିକତା ଦିଆଯାଇଥିଲା । ଶୁନଶାନ୍ ରାସ୍ତାରେ ଏସପିଙ୍କ ସାଇକେଲ ଯାତ୍ରା ଏମିତି ଦୃଶ୍ୟ ଦେଖି ଲୋକେ ଚକିତ ହୋଇଯାଇଥିଲେ । ଏସପିଙ୍କ ଏହି ସୁସ୍ଥ ସମାଜ ଗଠନର ବାର୍ତ୍ତାକୁ ନେଇ ଜିଲ୍ଲାବାସୀ ସ୍ୱାଗତ ଜଣାଇବା ସହ ବେଶ ପ୍ରଶଂସା ମଧ୍ୟ କରିଛନ୍ତି।

Related posts

ନଦୀରେ ମହିଳାଙ୍କ ମୃତଦେହ ଜଗିଛୀ କୁମ୍ଭୀର

mahabharatanews

ବସକୁ ଧକ୍କା ଦେଲା ଟ୍ରକ୍, ୨ ଗୁରୁତର ୫ ଆହତ

mahabharatanews

ମୁଣ୍ଡଳୀ ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ

mahabharatanews