ଓଡିଶା

ସାଢେ୪ କୋଟି ଜନତାଙ୍କୁ ହାଇରଣ ନ କରାଯାଉ: ସସ୍ମିତ

ଭୁବନେଶ୍ୱର/ସ୍ୱରୂପା ମହାପାତ୍ର: ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଆସନ୍ତାକାଲି ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । କଂଗ୍ରେସର ବନ୍ଦକୁ ବିଜେଡି ପକ୍ଷରୁ ବିରୋଧ କରାଯାଇଛି । ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଏହି ବନ୍ଦକୁ ବିରୋଧ କରାଯିବା ସହ ଏହା କଂଗ୍ରେସ ଓ ବିଜେପିର ଶସ୍ତା ରାଜନୀତି ବୋଲି ଆଖ୍ୟା ଦିଆଯାଇଛି । ମମିତା ମେହେର ହତ୍ୟା ଘଟଣାରେ ଯଦି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ପ୍ରମାଣ ରହିଛି ତାକୁ ଅଦାଲତରେ ଉପସ୍ଥାପନ କରାଯାଉ । ଏହି ମାମଲାକୁ ନେଇ ବିଜେପି ଓ କଂଗ୍ରେସ ମିଶି ଶସ୍ତା ରାଜନୀତି କରୁଛିି । ଅଯଥା ସାଢେ୪ କୋଟି ଜନତାଙ୍କୁ ହାଇରଣ ନ କରାଯାଉ ବୋଲି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।
ଅନ୍ୟପଟେ ହାଇକୋର୍ଟ କଂଗ୍ରେସର ବନ୍ଦ ଡାକରାକୁ ନିଷିଦ୍ଧ ଘୋଷଣା କରିଦେଇଛନ୍ତି । ହାଇକୋର୍ଟରେ ଦାଖଲ ଏକ ପିଟିସନର ଶୁଣାଣି କରି କୋର୍ଟ କହିଛନ୍ତି, ବନ୍ଦକୁ ଅନୁମତି ଦିଅ।।ଯିବ ନାହିଁ । ଯଦି ସେମାନେ ଚାହଁନ୍ତି ତେବେ ଆୟୋଜିତ ହରତାଲ କରିପାରନ୍ତି । ଆନ୍ଦୋଳନକାରୀ କୌଣସି ଗାଡିମଟର ଚଳାଚଳକୁ ବନ୍ଦ କରିପାରିବେ ନାହିଁ କି କୌଣସି ସଂସ୍ଥାକୁ ବନ୍ଦ କରି ପାରିବେ ନାହିଁ ।

 

Related posts

ଯଶିପୁର ମାହାର୍ଦ୍ଦାପଳସାରେ ଖଇରୀ ମହୋତ୍ସବ ଉଦଯାପିତ

mahabharatanews

ପୁରୀରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

“ମୋ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଛି”: ସୁନୀତା କେଜ୍ରିୱାଲ

mahabharatanews