ଶ୍ରୀନଗର: ଗୁରୁବାର ଦୁଇଟି ପୃଥକ ସ୍ଥାନରେ ଦୁଇ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ । ଶ୍ରୀନଗରର କୁଲଗାମ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ଗୁରୁବାର ସଂଧ୍ୟାରେ ବେମିନା ଅଞ୍ଚଳର ହାମ୍ଦାନିଆ କଲୋନୀରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ ସେଠ।ରେ ଜଣେ ଅଜ୍ଞାତ ଆତଙ୍କବାଦୀକୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ । ଏନେଇ କାଶ୍ମୀର ଜୋନର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ଆତଙ୍କବାଦୀ ନିକଟରୁ ଏକ ଏକେ ରାଇଫେଲ ଓ ବହୁ ଗୁଳିଗୁଳା ଜବତ କରାଯାଇଛି । ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାରି ମଧ୍ୟରେ ମୁଜାହିଦିନ ଗୁଜ୍ୱାତୁଲ ହିନ୍ଦ ପକ୍ଷରୁ ଦାବି କରାଯାଇଥିଲା କି ସିଆରପିଏଫ କ୍ୟାମ୍ପ ଉପରେ ତାର ୩ ସଦସ୍ୟ କ୍ୟାଡର ଆକ୍ରମଣ କରିଥିଲେ ।
ଅନ୍ୟପଟେ, ବଡି ସକାଳୁ କୁଲଗାମ ଜିଲ୍ଲାର ଦକ୍ଷିଣ କାଶ୍ମୀରରେ ଏକ ଏନକାଉଣ୍ଟର ହୋଇଥିଲା । ବିଶେଷ ସୂତ୍ରରୁ ସୁରକ୍ଷାବଳଙ୍କୁ ସୂଚନା ମିଳିଥିଲା କି କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିଲେ । ସୂଚନା ଆଧାରରେ ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ସୁରକ୍ଷା ବଳଙ୍କୁ ଦେଖି ଆତଙ୍କବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳିବର୍ଷା କରାଯାଇଥିଲା ଓ ଯାହାର ପ୍ରତିଉତ୍ତର ଦେଇଥିଲା ସୁରକ୍ଷାବଳ । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।
previous post
next post
