ଓଡିଶା

ସାମାନ୍ୟ ରୋଗରେ ଫାର୍ମାସିଷ୍ଟ ଦେବେ ଔଷଧ

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ଲାଗିରହିଥିବା ବେଳେ ଡାକ୍ତର ଅଭାବ ସବୁଠାରୁ ବଡ ସମସ୍ୟା ହୋଇ ଠିଆହୋଇଛି । ସରକାର ଏହି ଖାଲି ପଡିଥିବା ଡାକ୍ତରୀ ପଦ ପୂରଣରେ ବିଫଳ । ତେଣୁ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ରୋଗୀ ବହୁ ଅସୁବିଧା ଭୋଗୁଛନ୍ତି । ସାଧାରଣ ରୋଗରେ ମଧ୍ୟ ରୋଗୀଙ୍କୁ ଦେଖି ଔଷଧ ଦେବାକୁ କେହି ନାହିଁ । ଏସବୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏଣିକି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତ ଫାର୍ମାସିଷ୍ଟମାନେ ଔଷଧ ଦେଇପାରିବେ। ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀଙ୍କ ଲକ୍ଷଣ ଦେଖି ଔଷଧ ଦେଇପାରିବେ। ଜ୍ୱର, ମାଲେରିଆଠୁ ଆରମ୍ଭ କରି ଚର୍ମରୋଗ, ଝାଡ଼ାବାନ୍ତି ଓ କୃମି ସମସ୍ୟା ଥିଲେ ତଥା କେହି ସାମାନ୍ୟ ଆହତ ହୋଇଥିଲେ, ଫାର୍ମାସିଷ୍ଟମାନେ ଔଷଧ ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

 

Related posts

ପୁଳା ପୁଳା ବାଣ ଜବତ କଲା ପୋଲିସ

mahabharatanews

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ

mahabharatanews

ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”,ଓଡ଼ିଶା ପକ୍ଷରୁ ବରୀ ରେ ବିଶୋଧନ କାର୍ଯ୍ୟ

mahabharatanews