ଓଡିଶା

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ

(ମହାଭାରତ, କୋରାପୁଟ): ଦେଶର ବିଭିନ୍ନ ରାଜ୍ୟର ଭାଷା ଓ ସଂସ୍କୃତି ଅଲଗା ହୋଇଥିଲେ ମଧ୍ୟ ଭାରତବାସୀ ଏକତାର ଡୋରିରେ ବାନ୍ଧି ହୋଇ ରହିଛନ୍ତି । ଏହାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ସଂକଳ୍ପକୁ ଆଧାର କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଜାତୀୟ କାର୍ଯ୍ୟକ୍ରମରେ କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାମିଲ ହୋଇଛି । ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଥିବା ମହାତ୍ମାଗାନ୍ଧୀ ଅନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟ ସହ ଛାତ୍ରଛାତ୍ରୀମାନେ ଏଥିରେ ଯୋଗ ଦେଇଥିଲେ । ଫଳରେ ଉଭୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା, କଳା ଓ ସାଂସ୍କୃତିକ ଭାବର ଆଦାନପ୍ରଦାନ ହୋଇପାରିଛି । କିଛି ଦିନ ତଳେ ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରୀ ୱାର୍ଦ୍ଧା ଯାଇ ମହାରାଷ୍ଟ୍ରର କଳା, ସଂସ୍କୃତି ସହ ପରିଚିତ ହୋଇଥିବା ବେଳେ ସେଠାକାର ଛାତ୍ରଛାତ୍ରୀ କୋରାପୁଟ ଆସି ଅନୁରୁପ ଅଭିଜ୍ଞତା ହାସଲ କରିଛନ୍ତି । ପାଞ୍ଚ ଦିନ ଧରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମର ସମାବର୍ତ୍ତନ ଉତ୍ସବରେ ଶନିବାର କୁଳପତି ଆଇ. ଋାମବ୍ରହ୍ମମ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା,ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଯୋଗ ଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ବିକାଶ ଦିଗରେ କାର୍ଯ୍ୟ କରିବ ବୋଲି ମତ ରଖିଥିଲେ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ମଧ୍ୟ ବିଶ୍ୱବିଦ୍ୟାଳୟକୁ ଯୋଗାଇ ଦେବାକୁ ସେ ପ୍ରତିଶୃତି ଦେଇଥିଲେ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏହି ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ନାଲକୋ ଇଡି ରବିଶଙ୍କର ଦାସ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Related posts

ବାଚସ୍ପତି ନିର୍ବାଚନ; କଂଗ୍ରେସ ପରେ ବିଜେପିର ବର୍ଜନ

mahabharatanews

କାଉଡିଆଙ୍କ ଉପରେ ମାଡ଼ିଗଲା କାର

mahabharatanews

କେରଳ ପାଇବ ନୂଆ ନାମ 

mahabharatanews

Leave a Comment