ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ପାଇଁ ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି । ଏହି ଦ୍ୱିତୀୟ ପର୍ଯ୍ୟାୟରେ ଚାଷ, ସ୍ୱାସ୍ଥ୍ୟସେବା, ପଶୁପାଳନ, ରାସାୟନ ଆଦି କ୍ଷେତ୍ରକୁ ଛାଡ ଦିଆ ଯାଇଛି । ଏହାକୁ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା କହିଛନ୍ତି, ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶରେ ଔଷଧ, ସାର ଓ ବିଶୋଧକ ରାସାୟନିକ ଯଥେଷ୍ଟ ପରିମାଣରେ ଉପଲବ୍ଧ କରିବା ନିମନ୍ତେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏକ ଟ୍ୱିଟ ଯୋଗେ ଶ୍ରୀ ଗୌଡ଼ା କହିଛନ୍ତି ଯେ କୃଷକଙ୍କ ପାଇଁ ସାର, ସାଧାରଣ ଲୋକ ଓ ସ୍ୱାସ୍ଥ୍ୟ ସେବା ପାଇଁ ଔଷଧ ଏବଂ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ବିଶୋଧକ ରାସାୟନିକ ଉପଲବ୍ଧତାରେ ସୁଧାର ଆଣିବା ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଇଛି । ସେ ଏ ସଂକ୍ରାନ୍ତରେ ତାଙ୍କ ମନ୍ତ୍ରଣାଳୟର ୩ଟି ବିଭାଗ- ସାର, ଔଷଧ ଏବଂ ରାସାୟନିକ ଓ ପେଟରୋକେମିକାଲ୍ସ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ବାଧାମୁକ୍ତ ଭାବେ ଜରୁରି ସାମଗ୍ରୀର ଯୋଗାଣ ନିମନ୍ତେ ମନ୍ତ୍ରଣାଳୟ ମଧ୍ୟରେ ଏବଂ ଅନ୍ୟ ମନ୍ତ୍ରଣାଳୟ ସହିତ ସମନ୍ୱୟ ପ୍ରତିଷ୍ଠା କରିବା ପାଇଁ ଅଧିକାରୀମାନଙ୍କୁ ଶ୍ରୀ ଗୌଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡବ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଥିଲେ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଖରିଫ ଋତୁ ଲାଗି ଯଥେଷ୍ଟ ପରିମାଣରେ ସାର •ଷୀ ସମୁଦାୟଙ୍କୁ ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସାର କମ୍ପାନୀଗୁଡ଼ିକ ସହିତ ମନ୍ତ୍ରଣାଳୟ କାର୍ଯ୍ୟକରୁଛି । ସେହିପରି ଯଥେଷ୍ଟ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକୁଇନ ଭଳି ଜରୁରି ଔଷଧ ପ୍ରସ୍ତୁତ କରିବା ଲାଗି ଔଷଧ ଉଦ୍ୟୋଗ ଏହାର ସମସ୍ତ ପ୍ରୟାସ ନିୟୋଜିତ କରିଛି । ଭାରତ ବିଶ୍ୱର ସର୍ବାଧିକ ହାଇଡ୍ରୋକ୍ସିକ୍ଲୋରୋକୁଇନ ଉତ୍ପାଦକ । ଏହା ଘରୋଇ •ହିଦା ପୂରଣ କରିବା ସହିତ ବଳକା ଔଷଧ ବିଦେଶକୁ ପଠାଉଛି । ବିଶୋଧକ ଭାବେ ବ୍ୟବହାର କରାଯାଉଥିବା ଜରୁରି ରାସାୟନିକ ଉତ୍ପାଦନ ଓ ଯୋଗାଣ ସନ୍ତୋଷଜନକ ପରିମାଣରେ ମହଜୁଦ ହୋଇ ରହିଛି ।