ଓଡିଶା

୭୨ ଘଣ୍ଟା ପାଇଁ ସଟଡାଉନ୍ ହେଲା ଏହି ସହର

(ଓମ୍ ପ୍ରକାଶ ମିଶ୍ର/ବିନିକା): ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ଟପିଲାଣି । ତେବେ କରୋନାକୁ ପ୍ରତିହତ କରିବା ପାଇଁ ବିନିକା ବଣିକସଂଘ ସମ୍ପାଦକ ସନ୍ତୋଷ କୁମାର ଅଗ୍ରୱାଲଙ୍କ ଆହ୍ବାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିନିକା ତହସିଲଦାର ଅଲେଖ ଘୁଟା, ଥାନା ଅଧିକାରୀ ନିରଞ୍ଜନ ଦାଶ, ବିନିକା ବ୍ଳକ ବିଏସଏସଓ ଅଶ୍ବିନୀ ପାଣ୍ଡେ, ଏନଏସି ସେନିଟେସନ ସୁପରଭାଇଜର ସନ୍ତୋଷ ବନଛୋର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୧୧ ତାରିଖ ସକାଳ ୬ ଟାରୁ ୭୨ ଘଣ୍ଟା ପର୍ୟ୍ୟନ୍ତ ତିନିଦିନ ଯାଏ ବିନିକା ସହରକୁ ସଟଡାଉନ୍ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହି ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Related posts

ଗତ ୨୪ ଘଣ୍ଟାରେ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ

mahabharatanews

ସରକାରୀ କର୍ମଚାରୀ ପଢିବେ AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ

mahabharatanews

ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୁପା ଛାଉଣୀ କାମ

mahabharatanews