Uncategorized

ସିଏଏକୁ ନେଇ ବିଜେପି ଅଟଳ: ଶାହା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ସପକ୍ଷରେ ରାଜସ୍ଥାନର ଯୋଧପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହା ଏଲାନ କରିଛନ୍ତି କି, ଯେତେ ଭ୍ରମ ସୃଷ୍ଟିକରିବାର ଅଛି କର, କିନ୍ତୁ ବିଜେପି ଏହି ଆଇନକୁ ନେଇ ଏକ ଇଂଚ ମଧ୍ୟ ପଛକୁ ଫେରିବ ନାହିଁ ।

ଶାହା କହିଥିଲେ, କଂଗ୍ରେସ, ମମତା ଦିଦି, ଏସପି, ବିଏସପି, କେଜରିୱାଲ ଓ କମ୍ପାନୀ ସମସ୍ତେ ଏହି ଆଇନକୁ ବିରୋଧ କରୁଛି । ଏମାନଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି କି, ସେମାନେ ପ୍ରମାଣ କରନ୍ତୁ କି ଏହି ଆଇନ ଦ୍ୱାରା କୌଣସି ଅଳ୍ପ ସଂଖ୍ୟକଙ୍କର କିଛି କ୍ଷତି ହେବ । ଅମିତ ଶାହା କହିଥିଲେ, ରାହୁଲ ବାବା, ଯଦି ଆଇନ ପଢିଛନ୍ତି ତେବେ ଚର୍ଚ୍ଚା କରିବାକୁ ଆସନ୍ତୁ । ଯଦି ନ ପଢିଛନ୍ତି, ତେବେ ମୁଁ ଏହାକୁ ଇଟାଲୀ ଭାଷାରେ ଏହାକୁ ଅନୁବାଦ କରି ପଠାଇବାକୁ ପ୍ରସ୍ତୁତ ଅଛି । କେନ୍ଦ୍ରୀୟ ଗୃହମନ୍ତ୍ରୀ ଶାହା ଯୋଧପୁରରେ କହିଛନ୍ତି, ଦେଶ ମଧ୍ୟରେ ନାଗରିକତା ସଂଶୋଧନ ଆଇନର ସମର୍ଥନରେ ଜନଜାଗରଣ ଅଭିଯାନର ଆୟୋଜନ କରାଯାଇଛି । ଯେଉଁମାନଙ୍କର ଭୋଟ ବ୍ୟାଙ୍କ ରାଜନୀତି କରିବାର ଅଭ୍ୟାସ ସେମାନେ ଏହାକୁ ବିରୋଧ କରୁଛନ୍ତି । କଂଗ୍ରେସ ସିଏଏ ବିରୋଧରେ ଦୁଷ୍ପ୍ରଚାର କଲା । ଯେଉଁଥି ପାଇଁ ଦେଶରେ ହଜାର ହଜାର ଯୁବକ ବିପଥଗାମୀ ହେଲେ । ଏହି କାରଣରୁ ସିଏଏ କୁ ନେଇ ଜନଜାଗରଣ କରାଯାଉଛି ।

Related posts

ବନ୍ୟାଜଳରେ ଆସାମର ୨୦ ଜିଲ୍ଲା: ୬୬ ଜଣଙ୍କ ମୃତ୍ୟୁ

mahabharatanews

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ ନାସା

mahabharatanews

ଶାହୀନବାଗ ବିକ୍ଷୋଭକାରୀଙ୍କ ବିରୋଧରେ ଆନ୍ଦୋଳନ

mahabharatanews