Uncategorized

ସିଏଏ ବିରୋଧରେ ହୋଇଥିବା ହିଂସା, ନଷ୍ଟ ସମ୍ପତ୍ତିର ଆକଳନ କରିବ ୪ ଜଣିଆ କମିଟି

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ହିଂସା ବେଳେ ଅନେକ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିଲା । ଏବେ ସରକାର ହିଂସା ଘଟାଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅ।ରମ୍ଭ କରିଛନ୍ତି । ଉତ୍ତର ପ୍ରଦେଶ ସରକାର ହିଂସାରେ କ୍ଷତି ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ।

ଲକ୍ଷେ୍ନøରେ ଆନ୍ଦୋଳନ ବେଳେ ହିଂସାରେ ସାମିଲ ହୋଇଥିବା ୨୫୦ ଲୋକଙ୍କ ବିରୋଧରେ ଜାତୀୟ ସୁରକ୍ଷା ଅ।ଇନ (ଏନଏସଏ) ଲଗାଇବ ବୋଲି ପ୍ରସ୍ତୁତି ଚଳାଇଛି । ସେହିପରି ୧୩ ହଜାର ସନ୍ଦିଗ୍ଧ ସୋଶିଆଲ ମିଡିଆ ଆକାଉଣ୍ଟର ମୂଳ ପରିଚୟ ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି ।
ମୁଜାଫରନଗରରେ ପ୍ରଶାସନ ୫୦ ଦୋକାନ ଜବତ କରିଥିବା ଜଣାପଡ଼ିଛି । ଏହି ଦୋକାନୀମାନେ ଆନ୍ଦୋଳନ ବେଳେ ହିଂସା ଘଟାଇଥିବା ଜଣାପଡ଼ିଛି । ସେହିପରି ଗୋରଖପୁରରେ ହିଂସା ଘଟାଇଥିବା ଲୋକଙ୍କ ଫଟୋ ଜାରି କରାଯାଇଛି, ଯେଉଁମାନେ ଆନ୍ଦୋଳନକାରୀଙ୍କ ପରିଚୟ ଦେବେ ସେମାନଙ୍କୁ ଅ ।ର୍ଥିକ ପୁରସ୍କାର ଦିଅ ।ଯିବ ବୋଲି ସରକାର କହିଛନ୍ତି । ଏମିତିକି ଅ ।ଗକୁ ହିଂସା ହୋଇପାରେ ଅ ।ଶଙ୍କା କରି ସୋମବାର ଯାଏ ଉତ୍ତର ପ୍ରଦେଶର ୨୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି ।

ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରିବାକୁ ଯାଇ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଥିଲା । ଏହି ସମୟରେ ଅନେକ ବସ୍, କାର, ଗାଡ଼ି ସମେତ ଅନେକ ସରକାରୀ ସମ୍ପତ୍ତିରେ ନିଅ ।ଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ । ଏହାପରେ ଡିସେମ୍ବର ୧୯ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିବାକୁ ଯାଇ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଥିଲେ । ବିରୋଧ ପ୍ରଦର୍ଶନ ଆଳରେ ଆନ୍ଦୋଳନକାରୀ ହିଂସା କିମ୍ବା କ୍ଷତି ପହଞ୍ଚାଇ ପାରିବେ ନାହିଁ । ଆନ୍ଦୋଳନ ବେଳେ ଆନ୍ଦୋଳନକାରୀ ହିଂସା କିମ୍ବା ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ ସେମାନଙ୍କର ସମ୍ପତ୍ତି ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Related posts

ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ

mahabharatanews

ସୁଖାଇ-୩୦ର ତଞ୍ଜାବୁରରେ ସାମିଲ ଏକ ସଫଳତା: ଏୟାର ମାର୍ସାଲ

mahabharatanews

୧ ମେ’ରୁ ମହାରାଷ୍ଟ୍ରରେ ଏନପିଆର ଲାଗୁ ହେବ

mahabharatanews