Uncategorized

ସିଏଏ ସମର୍ଥନରେ ଆମେରିକାରେ ଶୋଭାଯାତ୍ରା

ୱାସିଂଟନ: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା (ଏନଆରସି) ସମର୍ଥନରେ ଆମେରିକାରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଆଇନ ସମ୍ପର୍କରେ ଭୁଲ ସୂଚନା, ମିଥ୍ୟା ଓ ଅପପ୍ରଚାର ଦୂର କରିବା ଲାଗି ଆମେରିକାର ବିଭିନ୍ନ ସହରରେ ଶୋଭାଯାତ୍ରା କରାଯାଇଛି ।

ଶୋଭାଯାତ୍ରାର ଆୟୋଜକ କହିଛନ୍ତି, ଆଇନ ବିଷୟରେ ଭ୍ରମପୂର୍ଣ୍ଣ ପ୍ରଚାର ବନ୍ଦ କରିବା ସହ ଘୃଣା ସୃଷ୍ଟି କରାଯାଉଥିବାରୁ ଏହାର ବିରୋଧ କରିବା ଶୋଭାଯାତ୍ରାର ମୂଳ ଉଦ୍ଦେଶ୍ୟ । ଆମେରିକାର ସିଏଟଲ, ୱାସିଂଟନ, ହଷ୍ଟନ ଓ ଭାରତୀୟ ବାଣିଜ୍ୟ ଦୂତାବ।।ସ ସମ୍ମୁଖରେ ପ୍ରବାସୀ ଭାରତୀୟମାନେ ସିଏଏ ଓ ଏନଆରସି ସପକ୍ଷରେ ରାଲି କରିଛନ୍ତି । ଏହା ପୂର୍ବରୁ ଡବଲିନ, ଓହିୟୋ ଓ ଉତ୍ତର କେରୋଲିନାରେ ଏହି ଆଇନ ସମର୍ଥନରେ ରାଲି ହୋଇଯାଇଛି ଓ ଆଗକୁ ଡଲାସ, ଚିକାଗୋ, ସାନ୍ଫ୍ରାନ୍ସିସ୍କୋ, ନ୍ୟୁୟର୍କ ସିଟି, ୱାସିଂଟନ ଡିସି, ଅଟଲାଣ୍ଟା ଆଦି ସ୍ଥାନରେ ରାଲି ହେବ ବୋଲି ଆୟୋଜକ କହିଛନ୍ତି ।
ସୂଚନାଯୋଗ୍ୟ, ସଂସଦରେ ନାଗରିକତା ସଂଶୋଧନ ଆଇନ ଆସିବା ପରଠାରୁ ଭାରତରେ ଏହାକୁ ବିରୋଧ କରାଯାଇ ହିଂସା ଜାରି ରହିଛି । କିନ୍ତୁ ଆମେରିକାରେ ରହୁଥିବା ଭାରତୀୟ ଏହାକୁ ସ୍ୱାଗତ କରିବା ସହ ବିରୋଧୀଙ୍କୁ ମିଥ୍ୟ ପ୍ରଚାର ନ କରିବାକୁ ପରାମର୍ଶ ଦେଇଛନ୍ତି ।

Related posts

ମିଳିମିଳାକୁ ନେଇ ଜାତିସଂଘର ଚିନ୍ତା

mahabharatanews

ଦେଶରେ ୨୪ ଘଣ୍ଟାରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତ

mahabharatanews

୭୬ ବର୍ଷରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହଙ୍କ ଦେହାନ୍ତ

mahabharatanews