ଓଡିଶା

ସିମ୍ କାର୍ଡ ଭେରିଫିକେସନ୍ ନାଁରେ ଠକେଇ: କମିଶନରେଟ ପୁଲିସ

ଭୁବନେଶ୍ୱର: ସାଇବର ଠକେଇ ଦିନକୁ ଦିନ ବଢି ଚାଲିଥିବା ବେଳେ ସାଇବର ଠକମାନେ ନୂଆ ନୂଆ ପନ୍ଥା ଆପଣାଇ ଠକେଇ କରୁଛନ୍ତିି । ଏଥିପାଇଁ ସେମାନେ ଲଟେରୀ, ଲୋନ, ଗିଫ୍ଟ, ବିବାହ, ହନିଟ୍ରାପ୍ ଆଦି ପନ୍ଥା ଆପଣାଇ ଠକେଇ କରୁଥିବା ବେଳେ ଏବେ ଠକେଇ ଏକ ନୂଆ ତରିକା ସାମ୍ନାକୁ ଆସିଛି । ସାଇବର ଠକମାନେ ହ୍ୱାଟସପ୍ ଆପ୍ରେ ଲଟେରୀ ଜିତିଥିବା ନେଇ ଫୋନ କରି ଠକେଇ କରିବା ସହ ସିମ୍ କାର୍ଡ ଭେରିଫିକେସନ୍ ନାଁରେ ମଧ୍ୟ ଠକେଇ କରୁଛନ୍ତିି । ଏନେଇ କମିଶନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କ ସଚେତନ ନିମନ୍ତେ ଅବଗତ କରାଯାଇଛି ।
ଏନେଇ ଭୁବନେଶ୍ୱର ଡିସିପି ଟୁଇଟ କରି କହିଛନ୍ତି ଯେ, ହ୍ୱାଟସପ୍ ଆପ୍ ପକ୍ଷରୁ ଆପଣ ଲଟେରୀ ଜିତିଥିବା ନେଇ ଫୋନ୍ କଲ ଆସୁଛି । ଏଥିପ୍ରତି ଦୃଷ୍ଟି ନ ଦେବାକୁ କୁହାଯାଇଛି । ଫୋନ୍ କଲର ଏକ ଅଡ଼ିଓ ରେକଡିଂ ମଧ୍ୟ ଏହି ଟୁଇଟରେ ପୋଷ୍ଟ କରାଯାଇଛି । ଏହି ଅଡ଼ିଓରେ ଜଣେ ବ୍ୟକ୍ତ ଫୋନ କରି ହ୍ୱାଟସପ୍ର ହେଡ ଅଫିସ୍ ନୂଆଦିଲ୍ଲୀ ଅଫିସରୁ ସେ ଫୋନ କରିଥିବା ସୂଚନା ଦେବା ସହ ଆପଣଙ୍କ ହ୍ୱାଟସପ୍ ନମ୍ବର ୨୫ ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କହୁଛନ୍ତି । କିପରି ଲଟେରୀ ଜିତିଛନ୍ତି ତା’ ଉପରେ ସୂଚନା ଦେଇ କହୁଛନ୍ତି ଭାରତ ସମେତ ୫ଟି ଦେଶର ଲକି ଡ୍ର ନମ୍ବରରେ ଆପଣ ସିଲେକ୍ଟ ହୋଇଛନ୍ତିି । ଲଟେରୀ ଟଙ୍କା ପାଇବା ପାଇଁ ମୁମ୍ବାଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ କର୍ମଚାରୀଙ୍କୁ ନମ୍ବର ଦେଇଥିବା କହୁଛନ୍ତି । ଉକ୍ତ ନମ୍ବରକୁ ହ୍ୱାଟସପ୍ରେ କଲ କରିବା ପାଇଁ କହିବା ସହ ସେ ଆପଣକୁ କିପରି ଟଙ୍କା ପାଇବେ ସେ ସମ୍ପର୍କରେ ଅଧିକ ସୂଚନା ଦେବେ ବୋଲି କହୁଥିବା ଶୁଣିବାକୁ ମିଳୁଛି । ତେବେ ଏହା ହେଉଛି ଠକେଇର ଏକ ପ୍ଲାନ । ଏଥିପ୍ରତି ସତର୍କ ରହିବାକୁ କମିଶନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେହିପରି ସିମ୍ କାର୍ଡ ଭେରିଫିକେସନ୍ ନାଁରେ ଏକ ମେସେଜ୍ ଆସୁଛି । ସେମାନେ ଏକ ନମ୍ବର(୬୨୯୫୨୦୩୩୨୯) ଦେବା ସହ ଉକ୍ତ ନମ୍ବରରେ ୨୪ ଘଣ୍ଟା ମଧ୍ୟରେ ଯୋଗାଯୋଗ କରିବାକୁ କହୁଛନ୍ତି । ଆପଣ ଉକ୍ତ ନମ୍ବର ସହ ଯୋଗାଯୋଗ କଲେ ସେମାନେ ବିଭିନ୍ନ ଆଳରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରି ଠକେଇ କରୁଥିବା ସୂଚନା ମିଳିଛି । ତେଣୁ ଏଭଳି କୌଣସି ମେସେଜ୍ ଆସିଲେ ସେଥିପ୍ରତି ଦୃଷ୍ଟି ନ ଦେବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

 

Related posts

୯୬ ନୂତନ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

mahabharatanews

ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର;ଲୋକଙ୍କୁ ଦେଲେ  ବିକାଶର ହିସାବ

mahabharatanews

ଜାତୀୟ ‘ଭୂମି ସମ୍ମାନ’; ୧୯ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ 

mahabharatanews