ଅପରାଧଭାରତ

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

ନୂଆଦିଲ୍ଲୀ-: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ସୀମା ସୁରକ୍ଷା ବାହିନୀ(ବିଏସଏଫ)କୁ ଏକ ବଡ଼ ସଫଳତା ମିଳିଛି। ବିଏସଏଫ ଜଣେ ପାକ୍ ରେଞ୍ଜରକୁ ଗିରଫ କରିଛି ।

ସୂଚନା ଅନୁସାରେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଛି ବିଏସଏଫ୍ । ସମ୍ପୃକ୍ତ ପାକିସ୍ତାନୀ ରେଞ୍ଜର ଜଣକ ସୀମା ପାର ହୋଇ ଭାରତ ପଟକୁ ଚାଲିଆସିଥିଲେ । ରାଜସ୍ଥାନର ରାଏସିଂହନଗରରେ ପାକିସ୍ତାନୀ ରେଞ୍ଜର ଜଣକ ଅନୁପ୍ରବେଶ କରିବା ପରେ ତାଙ୍କୁ ତୁରନ୍ତ ସେଠାରେ ପାଟ୍ରୋଲିଂ କରୁଥିବା ଭାରତୀୟ ସୀମା ସୁରକ୍ଷା ବାହିନୀର ଯବାନ ମାନେ ଧରିପକାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇ ପଚରାଉଚରା କରୁଥିବା ଜଣାପଡ଼ିଛି । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ସେ ଭାରତୀୟ ସୀମାରେ କିପରି ପହଞ୍ଚିଲେ ।

ତେବେ ପୂର୍ବରୁ ଜଣେ ଭାରତୀୟ ଯବାନ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିବା ବେଳେ ପାକିସ୍ତାନୀ ରେଞ୍ଜରମାନେ ତାଙ୍କୁ ଅଟକ ରଖିଛନ୍ତି । ଏପ୍ରିଲ ୨୨ରେ ପଞ୍ଜାବ ସୀମାରେ ବିଏସଏଫ୍ ଯବାନ ପୂର୍ଣ୍ଣ କୁମାର ସ’ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ସେବେଠାରୁ ତାଙ୍କୁ ଅଟକ ରଖିଛି ପାକିସ୍ତାନ ।

Related posts

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଗିରଫ

mahabharatanews

ମୃତ୍ୟୁ ବରଣ କଲେ ବିଷ ପିଇଥିବା ସାଂସଦ 

mahabharatanews

ବର୍ଷା ବିତ୍ପାତ, ୬ ଜିଲ୍ଲାରେ ସ୍କୁଲ ବନ୍ଦ 

mahabharatanews