ଅପରାଧଭାରତ

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

ନୂଆଦିଲ୍ଲୀ-: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ସୀମା ସୁରକ୍ଷା ବାହିନୀ(ବିଏସଏଫ)କୁ ଏକ ବଡ଼ ସଫଳତା ମିଳିଛି। ବିଏସଏଫ ଜଣେ ପାକ୍ ରେଞ୍ଜରକୁ ଗିରଫ କରିଛି ।

ସୂଚନା ଅନୁସାରେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଛି ବିଏସଏଫ୍ । ସମ୍ପୃକ୍ତ ପାକିସ୍ତାନୀ ରେଞ୍ଜର ଜଣକ ସୀମା ପାର ହୋଇ ଭାରତ ପଟକୁ ଚାଲିଆସିଥିଲେ । ରାଜସ୍ଥାନର ରାଏସିଂହନଗରରେ ପାକିସ୍ତାନୀ ରେଞ୍ଜର ଜଣକ ଅନୁପ୍ରବେଶ କରିବା ପରେ ତାଙ୍କୁ ତୁରନ୍ତ ସେଠାରେ ପାଟ୍ରୋଲିଂ କରୁଥିବା ଭାରତୀୟ ସୀମା ସୁରକ୍ଷା ବାହିନୀର ଯବାନ ମାନେ ଧରିପକାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇ ପଚରାଉଚରା କରୁଥିବା ଜଣାପଡ଼ିଛି । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ସେ ଭାରତୀୟ ସୀମାରେ କିପରି ପହଞ୍ଚିଲେ ।

ତେବେ ପୂର୍ବରୁ ଜଣେ ଭାରତୀୟ ଯବାନ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିବା ବେଳେ ପାକିସ୍ତାନୀ ରେଞ୍ଜରମାନେ ତାଙ୍କୁ ଅଟକ ରଖିଛନ୍ତି । ଏପ୍ରିଲ ୨୨ରେ ପଞ୍ଜାବ ସୀମାରେ ବିଏସଏଫ୍ ଯବାନ ପୂର୍ଣ୍ଣ କୁମାର ସ’ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ସେବେଠାରୁ ତାଙ୍କୁ ଅଟକ ରଖିଛି ପାକିସ୍ତାନ ।

Related posts

ପୁଲିସ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି

mahabharatanews

ବୈଷୟିକ ତ୍ରୁଟି ଯୋଗୁଁ କରାଚୀରେ ଅବତରଣ କଲା କତାର୍‌ ଏୟାର୍‌ୱେଜ୍‌ର ବିମାନ

mahabharatanews

ତଲାକ ଆଇନ ରଦ୍ଦ 

mahabharatanews

Leave a Comment