ଓଡିଶା

ସୁଙ୍ଗେର ଗ୍ରାମରେ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ ଓ ସିଆରପିଏଫ ଯବାନ

ରାୟଗଡ଼ା/ମନୋଜ କୁମାର ସାହୁ: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ପାଇଖାନା ଭିତରେ ରଖାଯାଇଥିବା ଗୋଟିଏ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ ଓ ସିଆରପିଏଫ ଯବାନ। ଯାହାକି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ସୁଙ୍ଗେର ଗ୍ରାମରେ ଟୁଟୁ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଥିବା ଏକ ପାଇଖାନା ଭିତରେ ବୋମା ରହିଥିବା କାଶୀପୁର ପୁଲିସ ସୂଚନା ପାଇଥିଲା । ଏହି ଖବର ମିଳିବା ପରେ ଜିଲ୍ଲା ପୁଲିସ କାର‌୍ୟ୍ୟାଳୟରୁ ସାଇଁଟିଫିକ ଟିମ୍ ସହ ସିଆରପିଏଫ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ବୋମାକୁ ଠାବ କରିବା ପରେ ଅତି ସତର୍କତାର ସହିତ ତାହା ନିଷ୍କ୍ରିୟ କରାଯାଇଛି। ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦେବଜୋତି ଦାସ ଉପସ୍ଥିତ ରହି ବୋମାକୁ ନିଷ୍କ୍ରିୟ କରିଛନ୍ତି। ତେବେ କିଏ କାହିଁକି ଏହି ବୋମା ରଖିଥିଲା ତାହା ଜଣାପଡ଼ିନାହିଁ। ଏହାର ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ଶ୍ରୀ ଦାସ କହିଛନ୍ତି। ତେବେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ଘଟିନାହିଁ।

Related posts

ଆସନ୍ତା ୨୪ ଘଣ୍ଟାରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା 

mahabharatanews

ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା

mahabharatanews

ଏଣିକି ଭୁବନେଶ୍ୱର ରୁ କଲମ୍ବୋକୁ ଉଡ଼ିବ ବିମାନ 

mahabharatanews