ଓଡିଶା

ଶବଦାହ ସାରି ଫେରୁଥିବ। ବେଳେ ଦୁର୍ଘଟଣା: ୬ ଆହତ

ଯାଜପୁର: ଶବଦାହ ସାରି ଫେରୁଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଏନ୍‌ଏଚ୍‌-୧୬ର ଭାଲୁଖାଇ ନିକଟରେ ଏକ ଟ୍ରକ୍‌ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହେବାରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ଛଅ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଦୁଇ ଜଣଙ୍କ ଅବସ୍ଥା ଗୁରତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ପୁରୀରୁ ଶବଦାହ ସାରି ଛଅ ଜଣ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଫେରୁଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍‌ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭରଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ପୁଲିସ୍‌ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିବା ସହ ଟ୍ରକ୍‌କୁ ମଧ୍ୟ ଜବତ କରିଛି।

Related posts

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

mahabharatanews

ଆଗାମୀ ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା

mahabharatanews

ଶ୍ରାବଣ ମାସରେ ବି ରାଜ୍ୟରେ ୧୧ଟି ସହରରେ ୩୫ ଡିଗ୍ରୀରୁ ଅଧିକ ତାପାମତ୍ରା

mahabharatanews