Uncategorized

ସୁପ୍ରିମକୋର୍ଟଙ୍କ ତଦାରଖରେ ଦିଲ୍ଲୀ ହିଂସାର ତଦନ୍ତ ହେଉ: ସିପିଆଇ

(ନୂଆଦିଲ୍ଲୀ): ଦିଲ୍ଲୀ ହିଂସାକୁ ନେଇ ସିପିଆଇ (ମାର୍କସିଷ୍ଟ) ତରଫରୁ ନୂଆଦିଲ୍ଲୀ ଠାରେ ଏକ ବିକ୍ଷୋଭ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଛି । ସୁପ୍ରିମକୋର୍ଟଙ୍କ ତଦାରଖରେ ଦିଲ୍ଲୀ ହିଂସାର ତଦନ୍ତ କରାଯାଉ ବୋଲି ସିପିଆଇ କର୍ମୀମାନେ ଦାବି କରିଛନ୍ତି । ଏହି ବିକ୍ଷୋଭରେ ଯୋଗ ଦେଇଥିବା ତ୍ରିପୁରା ବିଧାନସଭା ବାଚସ୍ପତି ପବିତ୍ର କର ହିଂସା ଘଟଣାକୁ ଗଣସଂହାର ବୋଲି ଦର୍ଶାଇଥିଲେ । ଏଥିପାଇଁ ସେ ଶାସକ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ଦାୟୀ ଠହରାଇଛନ୍ତି । ଏହି ଦୁଇ ଦଳର ଜାଣତରେ ଏଭଳି ଗଣସଂହାର ହୋଇଛି । ଦଙ୍ଗା ବେଳେ ପୋଲିସ କେବଳ ଦର୍ଶକ ସାଜି ରହିଥିଲା । ଏଥିରେ ବିପୁଳ ଧନ ସମ୍ପତ୍ତି ନଷ୍ଟ ହେବା ସହ ବହୁ ଲୋକଙ୍କ ପ୍ରାଣହାନୀ ହୋଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତଦାରଖରେ ଏହାର ତଦନ୍ତ କରାଯିବା ଉଚିତ ବୋଲି ସେ କହିଛନ୍ତି । ଏହାବାଦ ଦଙ୍ଗାରେ ସାମିଲ ଥିବା ବ୍ୟକ୍ତିମାନେ ଦଣ୍ଡିତ ହୁଅନ୍ତୁ ଏବଂ ପୀଡିତମାନଙ୍କୁ କେନ୍ଦ୍ର ସରକାର କ୍ଷତିପୂରଣ ଦେବାକୁ ତ୍ରିପୁରା ବାଚସ୍ପତି ଦାବି କରିଛନ୍ତି । ସେହିପରି ପୂର୍ବତନ ଲୋକସଭା ସାଂସଦ ଶଙ୍କର ପ୍ରସାଦ ଦତ୍ତ ଏହି ଦିଲ୍ଲୀ ହିଂସାକୁ ପୂର୍ବ ଯୋଜନାବଦ୍ଧ ଏହା ପଛରେ ଆରଏସଏସର ହାତ ଥିବା କହିଛନ୍ତି । ପ୍ର

Related posts

ଚମୋଲି: ପ୍ରକୃତିକ ତାଣ୍ଡବର କାରଣ ଭିନ୍ନ

mahabharatanews

ହୁଇସିଲ ମାରିବା ମହଙ୍ଗା ପଡିଲା ସବୁ ଛାତ୍ରଙ୍କୁ

mahabharatanews

ଅଳେଇଚରେ ରହିଛି ଅନେକ ଔଷଧୀୟ ଗୁଣ

mahabharatanews