(ନୂଆଦିଲ୍ଲୀ): ୟେସ ବ୍ୟାଙ୍କରେ ସୃଷ୍ଟିରେ ହୋଇଥିବା ଆର୍ଥିକ ସଙ୍କଟକୁ ଦେଖି ଏବେ ଗ୍ରାହକମାନେ ଚିନ୍ତାରେ ପଡିଛନ୍ତି । ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବେ ଏହି ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି । ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଜାରି କରାଯାଇଥିବାରୁ ଗ୍ରାହକ ଏକ ପ୍ରକାର ହଡବଡେଇ ଯାଇଛନ୍ତି । ସ୍ଥିତି ଏପରି ହୋଇଛି ଯେ ଜଣେ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବ ନାହିଁ ବୋଲି କଟକଣା ଜାରି ହୋଇଛି । ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗ୍ରାହକଙ୍କୁ ବିଚଳିତ ନହେବା ପାଇଁ କହିଛନ୍ତି । ୟେସ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକ ଆଦୌ ବିଚଳିତ ହେବା ଉଚିତ ନୁହେଁ । ସେମାନଙ୍କ ଟଙ୍କା ସୁରକ୍ଷିତ ରହିଛି । ଆରବିଆଇ ସହ ସେ ନିୟମିତ ଭାବେ ଯୋଗାଯୋଗ କରୁଛନ୍ତି । ଖୁବଶୀଘ୍ର ଏହି ବ୍ୟଙ୍କରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ସମାଧାନ ପାଇଁ ବାଟ ବାହାର କରିବ ବୋଲି ଆଶ୍ୱାସନା ଦେଇଛି । ସେଥିପାଇଁ ଗ୍ରାହକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ବର୍ତ୍ତମାନ ନିଆଯାଉଥିବା ପଦେକ୍ଷପ ସବୁ ଜମାକାରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି । ଆରବିଆଇ ଯେତେ ଶୀଘ୍ର ସମ୍ଭବ ଏହି ସଙ୍କଟର ସମାଧାନ ପାଇଁ ରାସ୍ତା ବାହାର କରିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି । ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଦେଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ଗୁରତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଯେଉଁଥିରେ ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ଏସବିଆଇ ଓ ଏଲଆଇସି ଗ୍ରହଣ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏବେ ୟେସ ବ୍ୟାଙ୍କର ବୋର୍ଡକୁ ଆରବିଆଇ ଏବେ ନିଜ ଅଧୀନକୁ ନେଇଛି । ବ୍ୟାଙ୍କରେ ଗ୍ରାହକଙ୍କ ଜମା ଟଙ୍କାର ସୁରକ୍ଷାକୁ ନଜରରେ ରଖି ଆକାଉଣ୍ଟରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇବାକୁ ଆରବିଆଇ ନିର୍ଦ୍ଦେଶନାମା ଜାରି କରିଛି । ଏହି ପ୍ରତିବନ୍ଧକ ୩୦ ଦିନ ପାଇଁ ଜାରି ରହିବ ।
previous post