(ଖଗେଶ୍ୱର ପିଙ୍ଗୁଆ) : କରୋନା ପାଇଁ ବିଶ୍ୱରେ କୁକୁଆ ଭୟ ଏଠି ଭାରତ ସରକାର ଲକଡାଉନ କରିଛନ୍ତିକ୍ଷ ଲକ ଡାଉନହେବାର ସଂପୂଣ୍ଣ ଭାବେ ମାସେ ହୋଇଗଲାଣି, ମୁଖ୍ୟତଃ କରୋନା ପ୍ରଭାବ ଗରିବ ଖଟିଖିଆ, ଦାଦନ ଶ୍ରମିକମାନଙ୍କ ଉପରେ ପଡିଛି । ସେଥିପାଇଁ ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଂଜିଡ଼ି ଅଞ୍ଚଳର ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଶ୍ରମିକ ଗୁଜୁରାଟର ସୁରତରେ ଫସି ଯାଇଛନ୍ତି । ନିଜକୁ କେମିତି ବଞ୍ଚାଇବେ ବାଟ ଦେଖାଯାଉ ନଥାଏ, ଶେଷରେ ଏହି ଦାଦନ ଶ୍ରମିକମାନେ କେଦ୍ରମନ୍ତ୍ରୀ ତଥା ପାଳଲହଡାର ପୁରାତନ ବିଧାୟକ ମାନ୍ୟବର କେଦ୍ରମନ୍ତ୍ରୀ ଧର୍ମେଦ୍ର ପ୍ରଧାନଙ୍କୁ ଟୁଇଟ ମାଧ୍ୟମରେ ଜଣାଇଥିଲେ, ଟୁଇଟ ଦେଖିବାର କିଛି ସମୟପରେ ତୁରନ୍ତ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରି ସୁରତ ଅଞ୍ଚଳରେ ଫସିଥିବା ଦାଦନ ଶ୍ରମିକମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ ଓ ଖାଦ୍ୟ ପହଞ୍ଚାଇବା ମାତ୍ରେ ଖୁସୀ ହୋଇ ମାନ୍ୟବର ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥି ସହ ପାଳଲହଡା ଅଞ୍ଚଳରେ ଧର୍ମେଦ୍ର ପ୍ରଧାନ ସମର୍ଥଙ୍କ ଶୁଭେଚ୍ଛା ବାର୍ତ୍ତା ସୁଅ ଛୁଟିଥିଲା ।
previous post