ଓଡିଶାରାଜନୀତି

ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଲା ବିଜେଡି

ବରଗଡ଼: ପଦ୍ମପୁର ଉପନର୍ବାଚନ ଉପରେ ଏବେ ସଭିଙ୍କ ନଜର । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଏବେ ଅଣ୍ଟା ଭିଡିଲେଣି ସମସ୍ତ ଦଳ । ଧାମନଗରେ ବିଜେପିର ବୀଜୟ ପରେ ପଦ୍ମପୁର ଉପ ନିର୍ବାଚନରେ ମଧ୍ୟ ବିଜୟୀ ହେବ ବୋଲି ଆଶା ରଖିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଇଛି ବିଜେଡି । ଏନେଇ ସୁଶାନ୍ତ ସିଂ ନିଜର ପଦ୍ମପୁରରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଧାମନଗରରେ ବିଜେପିକୁ ଅନୁକମ୍ପା ଭୋଟ ମିଲଥିଲା, ମାତ୍ର ପଦ୍ମପୁରରେ ଲୋକଙ୍କ ଅନୁକମ୍ପା ବିଜେଡି ସହିତ ରହିଥିବା ସେ କହିଛନ୍ତି ।

Related posts

କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

mahabharatanews

ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଷ୍ପତ୍ତି ରଦ୍ଦ ହୋଇଛି

mahabharatanews