ଓଡିଶା

ସେବା କରିବା ଯାହାର ନିଶା, ବିପଦର ସାଥୀ ଦେବୀ ପ୍ରସାଦ

(ବରୀ/ଯାଜପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତ ଭଳି ନୂଆଗାଁ ରେ ବିପଦ ସମୟରେ ଲୋକମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି ବିପଦର ସାଥୀ ଦେବୀ ପ୍ରସାଦ। ଦେବୀ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ବି ସେବା କରିବାର ସୁଯୋଗ ତାଙ୍କୁ ଭଗବାନଙ୍କ ଦାନ ବୋଲି କୁହନ୍ତି। ସାରା ଦେଶରେ ମହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ନିୟମ ଲାଗୁ ହେବା ଦିନଠୁ ନିଜକୁ ଗରିବ, ଅନାହାର ଅସହାୟଲୋକଙ୍କ ପାଖରେ ଦେବ ଦୂତ ପରି ନିଜକୁ ନିୟୋଜିତ କରିଛନ୍ତି ଦେବୀପ୍ରସାଦ । କେଉଁଠି ଶୁଖିଲା ଖାଦ୍ୟ ପୁଡିଆ ତ କେଉଁଠି ରନ୍ଧା ଖାଦ୍ୟ ସହ ପାନୀୟ ଜଳ ଯୋଗାଉଛନ୍ତି ଦେବୀ ଏବଂ ତାଙ୍କ ସାଥୀ ମାନେ ,ନିଜ ରୋଜଗାର ରୁ ଏବଂ ସାଥୀ ମାନଙ୍କ ସହଯୋଗରୁ ଏତେ ସବୁ କାର୍ୟ୍ୟ ହୋଇପାରିଛି ବୋଲି କହନ୍ତି ଦେବୀ ଏବଂ ତାଙ୍କ ସାଥୀ ମାନେ। ପ୍ରାୟ ୫/୬ ଗୋଟି ପଞ୍ଚାୟତ ରେ ପାଖା ପାଖି ୧୮୦୦/୨୦୦୦ ଲୋକ ଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ଆଜି ପୁଣି ଆଉ ଏକ ବଡ଼ ବିପଦ ଆସୁଥିବା ବାତ୍ୟା ଆମ୍ଫନ୍ କୁ ମୁକାବିଲା କରିବାକୁ କିମ୍ଭିରିଆପାଳ ପଞ୍ଚାୟତ ରେ ଛଣ ଛପର ଘର ଥିବା ବ୍ୟକ୍ତି ମାନଙ୍କୁ ପାଲ ବଣ୍ଟନ କରିଛନ୍ତି ଦେବୀପ୍ରସାଦ ଏବଂ ତାଙ୍କ ସାଥୀ ମାନେ । ଏଭଳି ମହତ କାର୍ୟ୍ୟ କରିଥିବା ଦେବୀ ଏବଂ ତାଙ୍କ ସାଥୀ ମାନଙ୍କୁ ବରୀ ବୁଦ୍ଧିଜୀବି ମାନେ ଭୂଷୀୟ ପ୍ରଶଂସା କରିଥିଲେ।

Related posts

୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଶିଶୁ ସେବିକା ନିଯୁକ୍ତି ପାଇଁ ପ୍ରଦତ୍ତ ହେଲା ନିର୍ଦ୍ଦେଶନାମା 

mahabharatanews

କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରେମୀ ଯୁଗଳଙ୍କ ବିବାହ

mahabharatanews