ଓଡିଶା

କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରେମୀ ଯୁଗଳଙ୍କ ବିବାହ

(ଧର୍ମଗଡ଼): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରେମୀ ଯୁଗଳଙ୍କ ବିବାହ ସଂପନ୍ନ ହୋଇଛି ।ଉଭୟ ପ୍ରେମୀ ଯୁଗଳ ଗୋଟିଏ ଗାଁର ବୋଲି ଜଣାପଡିଛି । କାଉଡୋଳା ସରପଞ୍ଚ ଜମ୍ଵୁବତୀ ସାହୁଙ୍କ ଉପସ୍ଥିତିରେ ଏହି ବିବାହ କାର୍ୟ୍ୟ ନିର୍ବାହ ହୋଇଥିଲେ । ଜୟପାଟଣା ବ୍ଳକ ବାଞ୍ଜିବାହାଲ ଗ୍ରାମର ରାଜାରାମ ଠାକୁର ସେହି ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ପେଟପାଟଣା ପାଇଁ ରାଜାରାମ କର୍ଣ୍ଣାଟକକୁ ଦାଦନ ଖଟିବାକୁ ଯାଇଥିବାବେଳେ ଉକ୍ତ ଯୁବତୀ ଜଣକ ମଧ୍ୟ ପରିବାର ସହ ସେଠାକୁ ଯାଇଥିଲା । ଫେରିବା ବାଟରେ ସରକାରୀ ନିର୍ଦ୍ଦେଶାନୁଯାୟୀ ସେମାନେ କାଉଡୋଳା କ୍ୱାରେଣ୍ଟାଇନ ସେଣ୍ଟରରେ ଗତ ୧୧ଦିନ ହେଲା ରହୁଥିଲେ । ନିଜ ଭିତରେ ଥିବା ପ୍ରେମ ସଂପର୍କକୁ ପରିଣାମ ଦେବା ପାଇଁ କରି ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ସୋମବାର ସେମାନଙ୍କ ବିବାହ କ୍ୱାରେଣ୍ଟାଇନ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା ।

Related posts

 ୧ହଜାର ଷ୍ଟିଲ ପାତ୍ରରେ ଗଣପତିବାବା

mahabharatanews

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

mahabharatanews

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

mahabharatanews