ଓଡିଶା

ଝଡ ଅମ୍ପାନକୁ ନେଇ ଜିଲ୍ଲା ପ୍ରଶାସନ ତପ୍ତରତା

(ଜୟନ୍ତ କୁମାର ସେଠୀ, ଗୋପ): ପ୍ରଳୟଙ୍କରୀ ବାତ୍ୟା ଫନୀ ମନରୁ ନିଭିନଥିଲାବେଳେ ଏବେ ବିଶ୍ଵ ମହାମାରୀ କରୋନା ଭୁତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରିଥିଲାବେଳେ ଏବେ ପୁଣି ମାଡି ଆସୁଛି ସାମୁଦ୍ରିକ ଝଡ ଅମ୍ପାନ । ଝଡ ଅମ୍ପାନକୁ ନେଇ ଜିଲ୍ଲା ପ୍ରଶାସନ ତପ୍ତରତା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ପରିସର ବିଜୁ ପଟ୍ଟନାୟକଙ୍କ ସମ୍ମିଳନୀ କକ୍ଷରେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ବାତ୍ୟା ଅମ୍ପାନ ମୁକାବିଲା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ରହିବାକୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ନିମାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଖଟୋଇ, ଉପାଧ୍ୟକ୍ଷ ଅଜୟ କୁମାର ସ୍ଵାଇଁ, ଏସଡିପିଓ ପ୍ରଦୀପ୍ତ କୁମାର ଦଳାଇ, ବିଡ଼ିଓ ମନୋଜ କୁମାର ବେହେରା, ତହସିଲଦାର ଚନ୍ଦ୍ରକାନ୍ତ ଦଳାଇ, ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଗୋପ ବ୍ଲକ ପରିସରରେ ସାମୁଦ୍ରିକ ଝଡ ଅମ୍ପାନ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ବିଡ଼ିଓ ଦୀପ୍ତି ରାଣୀ ଦାସ୍, ତହସିଲଦାର ପୃଥୀରାଜ ମଣ୍ଡଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡା, ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ବିଦ୍ୟୁତ ବିଭାଗୀୟ ଅଧିକାରୀ, ବ୍ଲକ ବିଜେଡି ସଭାପତି ସହିତ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବାତ୍ୟା ସମ୍ପର୍କିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହିତ କୈଣସି ପ୍ରକାର ବଡ଼ ଅଘଟଣ ନଘଟେ ସେ ପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Related posts

ରାଉରକେଲାରେ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ବଡାଖାନା କାର୍ଯ୍ୟକ୍ରମ

mahabharatanews

ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା

mahabharatanews

ରାଜ୍ୟସ୍ତରୀୟ ନାଟକ ଉତ୍ସବ ଉଦ୍ଘାଟିତ

mahabharatanews