ଓଡିଶା

ସେବା ସମବାୟ ସମିତି ଓ ଧାନମଣ୍ଡିରେ ଦୁର୍ନୀତି

ଜଗତ୍ସିଂହପୁର: କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ସମବାୟ ସମିତି ଜରିଆରେ କୃଷି ଓ କୃଷକର ଉନ୍ନତି ପାଇଁ ଚାଷୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଛି । ଧାନମଣ୍ଡିରେ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନକିଣିବା ବ୍ୟବସ୍ଥା କରାଯାଇଛି । ହେଲେ ପ୍ରକୃତ ଚାଷୀଙ୍କ ବଦଳରେ ଛଦ୍ମବେଶୀ ଚାଷୀ, ଦଲାଲ ଓ ଅସାଧୁ କର୍ମଚାରୀ ମିଳିମିଶି ଲୁଟ କରୁଛନ୍ତି ଯୋଜନାକୁ । ଫଳରେ ପ୍ରକୃତ ଚାଷୀ ହନ୍ତସନ୍ତ ହେଉଛନ୍ତ । ଚାଷୀ ପ୍ରଶାସନ ନିକଟରେ ଅଭିଯୋଗ ସାଙ୍ଗକୁ ଦୁର୍ନୀତି କଥାକୁ ଅସାଧୁ କର୍ମଚାରୀ ଗଣମାଧ୍ୟମ ଆଗରେ ମାନୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।ଏଭଳି ଏକ ଚରମ ଦୁର୍ନୀତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ସେବାସମବାୟ ସମିତିରେ । ଏ ହେଉଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ସେବା ସମବାୟ ସମିତି ଓ ମିନିବ୍ୟାଙ୍କ । ସାମନ୍ତରାପୁର ଓ ଆମ୍ବେରି ଦୁଇଟି ପଞ୍ଚାୟତର ତିନି ହଜାରରୁ ଉଦ୍ଧ୍ୱର୍ ଚାଷୀ ନିର୍ଭର କରନ୍ତି ଏହି ସେବାସମବାୟ ସମିତି ଉପରେ । କିନ୍ତୁ ସାମନ୍ତରାପୁର ସେବା ସମବାୟ ସମିତି ଓ ମିନିବ୍ୟାଙ୍କରେରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛ । ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଚାଲିଥିବା ବେଳେ ଏଠାରେ ପ୍ରକୃତ ଚାଷୀଙ୍କୁ ହତାଦର କରି ଛଦ୍ମବେଶୀ ଚାଷୀ, ଦଲାଲ ଧାନବେପାରୀ ଓ ସେବାସମବାୟ ସମିତିର ଅସାଧୁ କର୍ମଚାରୀ ମାଲାମାଲ ହେଉଛନ୍ତି । ଦୀର୍ଘଦିନ ଧରି ଚାଷୀଙ୍କୁ ଟୋକନ ମିଳିଥିବା ବେଳେ ଧାନମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛ । ସରକାରଙ୍କ ଧାନମଣ୍ଡି ଗାଇଡଲାଇନ ଏଠାରେ କାମକରୁନାହିଁ । ଚାଷୀମାନେ ସମବାୟ ସମିତିର ତଳସ୍ତର ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଚାଷୀମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବା ପାଇଁ ସଜବାଜ ହେଉଥିବା ବେଳେ ବେଫିକର ଚାଲିଛି ଦୁର୍ନୀତି । ସମବାୟ ସମିତି ଠାରୁ ମିଲର ଓ ସିଭିଲ ସପ୍ଲାଇ ଅଧିକାରୀ ଏହି ଦୁର୍ନୀତିରେ ଜଡିତ ଥିବା କୁହାଯାଇଛି । ଅନ୍ୟ ପକ୍ଷରେ ଛଦ୍ମବେଶୀ ଚାଷୀ ଓ ଧାନବେପାରୀଙ୍କ ଠାରୁ ଧାନକିଣି ହାତ ଚିକଣ କରୁଛନ୍ତି ଅସାଧୁ କର୍ମଚାରୀ ।
ଏହି ଧାନମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଥିବା ଚାଷୀଙ୍କୁ ଭୂଆଁ ବୁଲାଇ ଧାନର ମାନ ପରୀକ୍ଷା କରାଯାଉନଥିବା ବେଳେ ଓଜନରେ ଠକେଇ, ଅଖାର ମୂଲ୍ୟ ନ ଦେବା ଏପରିକି ଧାନ ବୋଝେଇ ବାବଦ ଅର୍ଥ ଚାଷୀଙ୍କ ଠାରୁ ଆଦାୟ କରାଯାଉଥିବା ଉଭୟ ଚାଷୀ ଓ ଧାନ ବୋଝେଇ କରୁଥିବା ଶ୍ରମିକ କ୍ୟାମେରା ଆଗରେ କହିଛନ୍ତି । ପ୍ରକୃତ ଚାଷୀଙ୍କ ଧାନମଣ୍ଡିରେ ପଡିରହିଥିବା ଦେଖବାକୁ ମିଳୁଥିବା ବେଳେ ଛଦ୍ମବେଶୀ ଚାଷୀ ଓ ବେପାରୀଙ୍କ ଧାନକୁ ମିଲର ଆଗତୁରା ଉଠାଇନେଉଥିବା ଅଭିଯୋଗ ହୋଇଛି । ଧାନମଣ୍ଡିରେ ଦୁର୍ନୀତି ଚାଲିଥିବା ଖବର ପାଇ ଆମ ପ୍ରତିନିଧି ସେଠାରେ ଖବର ସଂଗ୍ରହ କରିବାକୁ ପହଞ୍ଚିବା ଦେଖି ଛଦ୍ମବେଶୀ ଚାଷୀ ଓ ଧାନବେପାରୀ ଚମ୍ପଟ ମାରିଥିବା ଉପସ୍ଥିତ ଚାଷୀ ଅଭିଯୋଗ କରିଛନ୍ତି ।

Related posts

ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

mahabharatanews

ଫେସବୁକ ରୋମିଓକୁ ଜୋତା ପାହାର

mahabharatanews

ଉଦଳା ବ୍ଲକ ଶିକ୍ଷକଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

mahabharatanews