ଓଡିଶା

ସେଲଫି ନେବାକୁ ଯାଇ ନଦୀରେ ଭାସିଗଲେ ୨ ଭଉଣୀ

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ସଦର ଥାନା ଖରସ୍ରୋତା ନଦୀର ତନ୍ତିଘାଇ ଠାରେ ଗତ ରବିବାର ଏକ ଅଘଟଣ ଘଟିଛି । ଗାଧୋଇବାକୁ ଯାଇ ସେଲଫି ନେଉଥିବା ବେଳେ ୨ ଭଉଣୀ ନଦୀରେ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସୂୂଚନା ଅନୁଯାୟୀ, ସ୍ଥାନୀୟ ଏରବା ଗାଁର ୨ ଭଉଣୀ ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ସେଠାରେ ସେଲଫି ନେଉଥିବା ସମୟରେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି ।

Related posts

ଦିଲ୍ଲୀରୁ ପଲ୍ଲୀ ଉଡ଼ୁଛି ତିରଙ୍ଗା

mahabharatanews

ଜ୍ୱାଇଁର ଛୁରା ମାଡରେ ଶାଶୁ ମୃତ

mahabharatanews

ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

mahabharatanews