(ଓମପ୍ରକାଶ ମିଶ୍ର/ସୋନପୁର): ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସହରରେ ଅଧିକ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମୋନିଷା ବାନାର୍ଜୀ ସହରର ୧୦ନଂ ୱ।ର୍ଡ଼ର ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳର ଜଣେ ୧୭ ବର୍ଷୀୟ ଯୁବକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସହରବାସୀଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ସେହିପରି ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଞ୍ଚାୟତ ପହଣ୍ଡି ଅଞ୍ଚଳର ଜଣେ ୨୬ ବର୍ଷୀୟ ଯୁବକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଜିଲ୍ଲାରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସେଥିମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇ ସାରିଲେଣି। ସହରରେ ଆକ୍ରାନ୍ତ ଥିବା ଯୁବକ ସେ କାହାକାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ଚାଲିଛି । କଣ୍ଟେନମେଣ୍ଟ ଜୋନ ଘୋଷନା କରାଯାଇଥିବା ଅଞ୍ଚଳରେ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ତଥା ସ୍ୱାସ୍ଥ୍ୟ ସଂବନ୍ଧୀତ ସମସ୍ତ ବ୍ୟବସ୍ଥା ପାଇଁ ଅଧିକାରୀମାନଙ୍କ ଏକ ଗ୍ରୁପ ଗଠନ କରାଯାଇଛି । ଏହି ଅଞ୍ଚଳ ମଧ୍ୟରେ ଯାନବାହାନ ଚଳାଚଳ, ଦୋକାନ ବଜାର ଓ ଲୋକଙ୍କ ଯାତାୟାତ ବନ୍ଦ କରାଯାଇଛି । ଆଜିଠାରୁ ମଧ୍ୟ ସହରର କର୍ଫ୍ୟୁ ଅବଧିକୁ ଅପରାହ୍ନ ୪ଟାରୁ ସକାଳ ୬ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି ।
previous post
