(ନୂଆପଡା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବନ୍ୟଜୀବଙ୍କ ଆକ୍ରମଣ । ଏହିକ୍ରମରେ ସକାଳେ ବାପା ଓ ପୁଅଙ୍କୁ ଆକ୍ରମଣ କରିଛି ଭାଲୁ । ଉଭୟ ଗାଧେଇବାକୁ ଯାଇଥିବା ବେଳେ ଉକ୍ତ ସ୍ଥାନରେ ବାପାଙ୍କର ମୃତ୍ୟୁ ହୋଇଛି । ଏଥି ସହ ପୁଅ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ ବୃଦ୍ଧ ହେଲେ ଘନଶ୍ୟାମ ପଟେଲ(୭୦)।
ସୂଚନାନୁଯାୟୀ , ପୁଅ ଚଏତୁ ପଟେଲ(୪୮) ଗୁରୁତର ଆହତ ହୋଇଛନ୍ତି । ଏବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିରୁନପଦର ଛକରେ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ବିଜାଖମନ ଜଙ୍ଗଲ ଭିତରେ ହିଂସ୍ର ଭାଲୁ ଘନଶ୍ୟାମଙ୍କ ମୃତଦେହକୁ ଜଗି ରହିଥିଲା । ଫଳରେ ଘଣ୍ଟାଏ ଧରି ମୃତଦେହ ଉଦ୍ଧାର ହୋଇ ପାରିନଥିଲା ।
