ଭାରତ

ସ୍କୁଲରେ ଶୋଇଲେ ଶିକ୍ଷୟିତ୍ରୀ, ଜଣକ ପରେ ଜଣେ ଆସି ବିଞ୍ଚିଦେଲେ ଛାତ୍ରଛାତ୍ରୀ

ଆଲିଗଡ଼ : ଶ୍ରେଣୀଗୃହ ଭିତରେ ଅଚିନ୍ତା ନିଦରେ ଶୋଇଲେ ଶିକ୍ଷୟିତ୍ରୀ । ଆଉ କୁନି କୁନି ପିଲାଙ୍କୁ ବିଞ୍ଚିବା କାମରେ ଲଗାଇଦେଲେ । ଫଳରେ ଦିଦି ଶୋଇଥିବା ବେଳେ ପାଠପଢ଼ା ଛାଡ଼ି ଜଣ ଜଣ କରି ବିଞ୍ଚିବାରେ ଲାଗିଲେ । ନିକଟରେ ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲାର ଏକ ସରକାରୀ ସ୍କୁଲରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏଇଠି ପ୍ରଶ୍ନ ଉଠୁଛି, ଯଦି ସ୍କୁଲରେ ପାଠପଢ଼ା ଏପରି ହେବ ପିଲାଙ୍କ ଭବିଷ୍ୟତ କ’ଣ ହେବ ? କାରଣ ପିଲାଙ୍କ ଭବିଷ୍ୟତ ପାଇଁ ସରକାରଙ୍କ ପକ୍ଷରୁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚାଲିଛି । ଏସବୁ ସତ୍ତ୍ୱେ କିଛି ସ୍କୁଲରେ ମନମୁଖୀ କାମ ଚଳାଇଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ ।

ଭିଡିଓରେ ଦେଖିବାକୁ ମିଳୁଛି, ଆଲିଗଡ଼ ଧନିପୁର ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ପ୍ରଧାନଶିକ୍ଷୟିତ୍ରୀ ଚଟାଣରେ ଚଟେଇ ବିଛେଇ ଖୁବ ଆରାମରେ ଶୋଇଛନ୍ତି । ଏହି ସମୟରେ ଜଣେ ଛାତ୍ରୀ ତାଙ୍କୁ ବିଞ୍ଚଣାରେ ବିଞ୍ଚି ଦେଉଛନ୍ତି। ଆଉ ତା’ପରେ ଜଣକ ପରେ ଜଣେ ଛାତ୍ରୀ ତାଙ୍କୁ ବିଞ୍ଚି ଦେଉଥିବା ଦେଖିବାକୁ ମିଳିଛି।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଶିକ୍ଷା ଅଧିକାରୀ ଯାଞ୍ଚ କରି ପ୍ରଧାନଶିକ୍ଷୟିତ୍ରୀ ଡିମ୍ପଲ ବନସଲଙ୍କୁ ନିଲମ୍ବନ କରି ଦେଇଛନ୍ତି। ଛାତ୍ରୀମାନଙ୍କ ଅଭିଭାବକ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଯଦି ଏପରି ଶ୍ରେଣୀଗୃହରେ ଶୋଇଛନ୍ତି ତେବେ ସେଠାରେ ଥିବା ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ୁଥିବ ବୋଲି ଜଣେ ଅଭିଭାବକ କହିଛନ୍ତି ।

ତେବେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କର ଏହାର ପ୍ରଥମ ଭିଡିଓ ନୁହେଁ । ଗତବର୍ଷ ସେ ପିଲାଙ୍କୁ ବାଡ଼ିରେ ନିର୍ଧୁମମାଡ଼ ମାରୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଦୁଇଟି ଯାକ ଭିଡିଓ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କର ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଥିଲା ।

Related posts

ଗୁରୁମିତ ରାମ ରହିମ ନିର୍ଦୋଷ ସାବ୍ୟସ୍ତ

mahabharatanews

ଆପତ୍ତିଜନକ ‌ପୋଷ୍ଟ୍‌ ପାଇଁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ସମନ  

mahabharatanews

ଋଥଯାତ୍ରା ଦେଖିବେ ରାଷ୍ଟ୍ରପତି, ୬ରେ ଆସିବେ ଓଡ଼ିଶା

mahabharatanews