ଭାରତ

ଆଜି ହେବ ସାହାରା ଇଣ୍ଡିଆ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଶେଷକୃତ୍ୟ ସମ୍ପନ୍ନ   

(ଭୁବନେଶ୍ୱର) : ଆଖି ବୁଜିଲେ ସାହାରା ଇଣ୍ଡିଆ ଗ୍ରୁପ୍ ପ୍ରତିଷ୍ଠାତା ସୁବ୍ରତ ରାୟ । ଦୀର୍ଘ ଦିନର ଅସୁସ୍ଥତା ପରେ ତାଙ୍କର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ମେଟାଷ୍ଟାସିସ୍, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଜନିତ ସମସ୍ୟା ସହ ଗତି କରୁଥିଲେ । ତେବେ ଗତକାଲି ରାତି ୧୦ :୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଧବାର ଦିନ ତାଙ୍କର ମୃତଦେହ ଲକ୍ଷ୍ନୌକୁ ଅଣାଯିବାର ସମ୍ଭାବନା ରହିଛି । ଯେଉଁଠି ତାଙ୍କର ଶେଷ ରୀତିନୀତି ସମ୍ପନ୍ନ କରାଯିବ ।

ସୂଚନାନୁଯାୟୀ , ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ୧୨  ନଭେମ୍ବର ୨୦୨୩ରେ କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (KDAH) ରେ ଭର୍ତ୍ତି କରାଯାଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମେଟାଷ୍ଟାସିସ୍, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଜନିତ ସମସ୍ୟା ସହିତ ଦୀର୍ଘ ଦିନର ଯୁଦ୍ଧ ପରେ ୧୪ ନଭେମ୍ବର ୨୦୨୩ ରାତି ୧୦:୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଧବାର ଦିନ ତାଙ୍କର ମୃତଦେହ ଲକ୍ଷ୍ନୌକୁ ଅଣାଯିବାର ସମ୍ଭାବନା ରହିଛି । ଯେଉଁଠି ତାଙ୍କର ଶେଷ ରୀତିନୀତି ସମ୍ପନ୍ନ କରାଯିବ ।

 

Related posts

ଜୀବନସାଥୀ ବାଛିଲେ ଟିନାଙ୍କ ପୂର୍ବତନ ସ୍ବାମୀ

mahabharatanews

ଆଜି ଓଡ଼ିଶା ଆସୁଛନ୍ତି ନୀତୀନ ଗଡ଼କରୀ ଓ ହିମନ୍ତ ବିଶ୍ଵ ଶର୍ମା

mahabharatanews

ଇସ୍ତଫା ଦେଲେ ୱିପ୍ରୋ ସିଇଓ

mahabharatanews