ଓଡିଶା

ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହୁତି

(କଳାହାଣ୍ଡି / ଗୋଲାପ ସାହୁ) : ଅତିତରେ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କର ଅନେକ ଉଦାହରଣ ଥିବା ବେଳେ । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକ ସିଆଲଯୋଡି ଗ୍ରାମରେ । ଆଜି ସନ୍ଧ୍ୟା ସମୟରେ ଏହି ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବର(୬୦) ହୃତଘାତରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ୪ ପୁଅ ଓ ଆତ୍ମୀୟ ସ୍ଵଜନ ଆସିବା ପରେ ତାଙ୍କର ଶବ ସତ୍କାର କରିବାକୁ ଗାଁ ମଶାଣୀକୁ ନେଇଥିଲେ । ଗାଁ ମଶାଣୀରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ସ୍ବାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିବା ବେଳେ । ନୀଳମଣି ଦୌଡ଼ି ଯାଇ ଜଳୁଥିବା ସ୍ତ୍ରୀର ଜୁଇରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ । ସ୍ତ୍ରୀର ଚିତାରେ ସ୍ବାମୀ ଡେଇଁବା ଘଟଣା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ ଯେ ନୀଳମଣି ଚହକା ଗ୍ରାମପଞ୍ଚାୟତର ସିଆଲଯୋଡି ଗ୍ରାମର ୫ ନମ୍ବର ୱାର୍ଡ଼ର ୱାର୍ଡମେମ୍ବର ଥିବା ବେଳେ ବିଗତ ଦିନରେ ଚହକା ଗ୍ରାମପଞ୍ଚାୟତର ସମିତିସଭ୍ୟ ମଧ୍ୟ ଥିଲେ ।

 

Related posts

ଆସନ୍ତାକାଲିଠୁ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଓଡ଼ିଶା ଉପରେ ପଡ଼ିବ ନାହିଁ ବାତ୍ୟାର ପ୍ରଭାବ

mahabharatanews

ଗଣଦୁଷ୍କର୍ମ ମାମଲାକୁ ନେଇ ପାରାଦୀପ ରାଜନୀତି ଉଷ୍ମ

mahabharatanews