Uncategorized

ସ୍ପେନର ରାଜଧାନୀରେ ଅଗ୍ନିକାଣ୍ଡ

ମାଡ୍ରିଡ: ସ୍ପେନର ରାଜଧାନୀ ମାଡ୍ରିଡରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଥରି ଉଠିଥିଲା ମାଡ୍ରିଡ ସହର । ରାଜଧାନୀର ଏକ କୋଠାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଅଗ୍ନିଶମ ବାହିନୀ ଓ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଆହୁରି ଅନେକଙ୍କ ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ସେଣ୍ଟ୍ରାଲ ମାଡ୍ରିଡରେ ଥିବା ଗୋଟିଏ ବଡ଼ ବିଲଡିଂ ବିସ୍ଫୋରରେ ନଷ୍ଟ ହୋଇଯାଇଛି। ପ୍ରବଳ ଧୂଆଁରେ ସ୍ଥାନୀୟ ଅଞ୍ଚଳ ଭରି ଯାଇଛି । ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିବା କାର୍ୟ୍ୟରେ ନିୟୋଜିତ ଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ବିସ୍ଫୋରଣର କାରଣ ଜଣାପଡି ନାହିଁ ।

 

Related posts

ସିଲ୍‌ ହେଲା ଦିଲ୍ଳୀର ୧୩ଟି କୋଚିଂ ‌ସେଣ୍ଟର୍‌

mahabharatanews

ଦେଶରେ ୨୮୮ ନୂଆ କରୋନା ସଂକ୍ରମଣ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

ଦେଶରେ ଦିନକରେ ୬୦ ହଜାର ୯୭୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews