ଓଡିଶା

‘ହଇଜା ସ୍ଥିତି ନିୟନ୍ତ୍ରଣାଧିନ’ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

(ରାଉଲକେଲା) : ରାଉରକେଲାରେ ବ୍ୟାପିଛି ହଇଜା । ଏହାକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଝାଡ଼ାବନ୍ତିରେ ରାଉରକେଲାରେ ୧୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏଥି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସୂଚନାନୁଯାୟୀ , ହଇଜା ସ୍ଥିତି ନିୟନ୍ତ୍ରଣାଧିନ ଥିବା ସେ କହିଛନ୍ତି । ଆଉ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବୃଦ୍ଧି ହେଉନି । ଏହା ସହ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି ବୋଲି କହିଛନ୍ତି ଶ୍ରୀ ମିଶ୍ର । ଏହା ସହ ଅର୍ବାନ୍ ପିଏଚସି ୨୪ ଘଣ୍ଟା ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ହସ୍ପିଟାଲ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ଜଳ ପରୀକ୍ଷା କରାଯାଉଛି । କ୍ଲୋରିନ୍ ଲେବଲ୍ ଠିକ୍ ରଖିବାକୁ ଚେଷ୍ଟା କରାଯାଉଥିବା ନେଇ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ଭୁବନେଶ୍ଵର RMRCର ଦୁଇ ବୈଜ୍ଞାନିକ ହେଲେ ଡ଼ାକ୍ତର ଜୟ ସିଂ ଓ ଡ଼ାକ୍ତର ଆରା । ଏହି ଟିମ୍ ହଇଜାର ପ୍ରକୃତ କାରଣ ଖୋଜିବା ସହ ନିରାକରଣ ପାଇଁ କାମ କରିବେ ।

Related posts

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କର କାର୍ତ୍ତିକ ନୀତି

mahabharatanews

ବାହାରିଲା ଓଜେଇଇ ରେଜଲ୍ଟ

mahabharatanews

ଡେଙ୍ଗୁ ଆତଙ୍କ :  କେବଳ ଭୁବନେଶ୍ୱରରୁ ୨୦୦ ଆକ୍ରାନ୍ତ ଚିହ୍ନଟ 

mahabharatanews