ଅପରାଧ

ହାଇଦର ମୃତ୍ୟୁ ଘଟଣାରେ ଥାନାରେ ଏତଲା

ସିମୁଳିଆ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ମାମଲାରେ ସିମୁଳିଆ ଥାନାରେ ଅଭିଯୋଗ । ହାଇଦରକୁ ଗୁଳି ଚଳାଇଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ହାଇଦରଙ୍କ ପତ୍ନୀ ହାସିନା ବିବି(୫୫)ଙ୍କ ତରଫରୁ ଅଭିଯୋଗ କରାଯାଇଛି । ଜୁଲାଇ ୨୪ ତାରିଖରେ ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ହେବାର ୩ ମାସ ପରେ ଏହି ଅଭିଯୋଗ ହୋଇଛି । କଟକର ସମ୍ପୃକ୍ତ ପୁଲିସ ଅଧିକାରୀ, ଜେଲ କର୍ତ୍ତୃପକ୍ଷଙ୍କୁ ମିଶାଇ ମୋଟ ୧୬ଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଏଥିସହ ପରିବାରକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳି ନ ଥିବା ତଥା ବ୍ୟବଚ୍ଛେଦ ସମୟର ଭିଡିଓ ମିଳିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଯାଇପାରନ୍ତି ।
ଗତ ଜୁଲାଇ ୨୪ ତାରିଖରେ ଚୌଦ୍ୱାର କାରାଗାରରୁ ହାଇଦରକୁ ବାରିପଦା ସ୍ଥାନାନ୍ତର କରାଯାଉଥିଲା। ବାଲେଶ୍ୱର ଜିଲା ଜାତୀୟ ରାଜପଥର ସିମୁଳିଆ ଥାନା ଅଧୀନରେ ହାଇଦର ପରିସ୍ରା କରିବାକୁ କହିବାରୁ ଥାନାଠାରୁ ଅଳ୍ପ ଦୂରରେ ହନୁମାନ ମନ୍ଦିର ସମ୍ମୁଖ ଏକ ଡାଇଭର୍ସନ ନିକଟରେ ଗାଡି ରଖାଯାଇଥିଲା । କିନ୍ତୁ ସେଠାରୁ ହାଇଦର ପୁଲିସ ନିକଟରୁ ବନ୍ଧୁକ ଛଡାଇ ନେଇ ଖସି ଯିବାକୁ ଚେଷ୍ଟା କରିଥିଲା । ଫଳରେ ପୁଲିସକୁ ଗୁଳି ଚଳାଇବାକୁ ପଡିଥିଲା । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାର ମୃତ୍ୟୁ ଘଟିଥିଲା।

 

Related posts

ଲାଞ୍ଚ ନେଇ ଧରାପଡିଲେ କ୍ଲର୍କ

mahabharatanews

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ସାମ୍ବାଦିକ ଉପରେ ତାଲିବାନଙ୍କ ଅତ୍ୟାଚାର

mahabharatanews