ଓଡିଶା

ହାତରେ ଖେଳନା ବନ୍ଧୁକ ଧରି ଅଡୁଆରେ ଷଣ୍ଢ

କଟକ: ହାତରେ ଖଣ୍ଡା ଓ ବନ୍ଧୁକ। ମୁହଁରେ ଦମଦାର ଡାଏଲଗ । ଏମିତି କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ କେବିଏନ ଗ୍ରୁପର ଭିଡିଓ ଭାଇରାଲ ହେଲା । ରାଜଧାନୀ ପୁଲିସର ପାରିଲା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରୁ ପୁଲିସ ଆସିଲା ଆକ୍ସନ ମୋଡକୁ । ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗର ୨୯ ସଦସ୍ୟଙ୍କ ମଧ୍ୟରୁ ପୁଲିସ୍ ଏ ଯାଏ ୯ ଜଣଙ୍କୁ ବାନ୍ଧି ସାରିଲାଣି ପୁଲିସ୍। କେବିଏନ ଗ୍ରୁପର ତାତି ଥମି ନାହିଁ ଏବେ ସିଲଭର ସିଟି ଓ ବଲାଙ୍ଗୀରରୁ ଆସିଲାଣି ଏମିତି ଦବଙ୍ଗ ଭିଡିଓ । କଟକର ରାଜରାସ୍ତାରେ ବନ୍ଧୁକ ଧରି ଭିଡିଓ ଛାଡିବାକୁ ନେଇ କଟକ କମିଶନରେଟ ପୁଲିସ ଛାନିଆ । ହେଲେ ଏହି ଯୁବକମାନେ ମଜାରେ ଇନଷ୍ଟାଗ୍ରାମ ପାଇଁ କରୁଥିଲେ ଭିଡିଓ । କରୁଥିବା ପୁଲିସ ଧରିବା ପରେ ଦେଉଛନ୍ତି ସଫେଇ । ମାଲଗୋଦାମ ଥାନା ପୁଲିସ୍ କଟକର ଏକ ଗ୍ରୁପ୍ର ଭିଡିଓ ଭାଇରାଲ ହେବା ପରେ ଆକ୍ସନ୍ ମୋଡକୁ ଆସିଛି । ଏହି ଗୋଷ୍ଠୀର ୩ ଜଣଙ୍କୁ ଆଜି ମାଲଗୋଦାମ ଥାନାକୁ ଡାକି ପଚରାଉଚରା କରିଛି ପୁଲିସ୍। ପଚରାଉଚରା ପରେ ସେମାନେ ଧରିଥିବା ବନ୍ଧୁକ ଖେଳନା ବୋଲି ଜଣାପଡ଼ିଛି । ଭିଡିଓରେ ଜଣେ ଯୁବତୀ ବି ନଜର ଆସିଛନ୍ତି।
ମାଲଗୋଦାମ ଥାନାରେ ଆଜି ୩ ଜଣ ପହଞ୍ଚି ଯାଇଛନ୍ତି । ମାଲଗୋଦାମ ଥାନା ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦମଦାର ଡାଏଲଗ ସାଙ୍ଗକୁ ହାତରେ ଖଣ୍ଡା ଓ ବନ୍ଧୁକ ଧରିଥିବା ଯୁବକଙ୍କର ଉଦ୍ଦେଶ୍ୟ ସେପରି ସାଂଘାତିକ ନ ଥିଲା। ମାଲଗୋଦାମ ଥାନା ଆଇଆଇସି କହିଛନ୍ତି, ଇନଷ୍ଟାରେ ଲାଇକ୍, କମେଣ୍ଟ, ଶେଆର ବଢ଼ାଇବାକୁ ଉକ୍ତ ଯୁବକମାନେ ଏପରି କରିଛନ୍ତି। ଏନେଇ ସେମାନେ ଭିଡିଓରେ ଖେଳନା ବନ୍ଧୁକ, ପୁରୁଣା ଖଣ୍ଡା ବ୍ୟବହାର କରିଛନ୍ତି। ଖବର ଦେଉ ଦେଉ ଆସି ଥାନାରେ ହାଜର ହୋଇଗଲେ। ହେଲେ ସେମାନଙ୍କର କିଛି ଅପରାଧିକ ରେକର୍ଡ ଅଛି କି ନାହିଁ ତାହାର ଯାଞ୍ଚ ଚାଲିଛି।

 

Related posts

୪ଟାରେ ଖୋଲିବ ହୀରାକୁଦର ଦୁଇଟି ଗେଟ୍

mahabharatanews

ଉଦଳା ସହରାଞ୍ଚଳରେ ଲକଡାଉନ କଡାକଡି

mahabharatanews

ହିଞ୍ଜିଳିରେ ସନ୍ଦେହ ଜନକ ମୃତ୍ୟୁକୁ ନେଇ ହଇଚଇ

mahabharatanews